ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

କୋକସରା,୬/୧୦-( ମ ନି ସ ) କୋକସରା ଥାନାରେ ବୁଧବାର ପବିତ୍ର ବିଜୟା ଦଶମୀ ଅବସରରେ ମା ଭଣ୍ଡାର ଘରଣୀଙ୍କ ବାର୍ଷିକ ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଶାରଦୀୟ ଦୁର୍ଗାପୂଜା ଅବସରରେ ମାଆ ଧରାପୃଷ୍ଠକୁ ଅବତରଣ କରିଥିବା ବେଳେ ବିଜୟା ଦଶମିରେ ମା ବିଦାୟ ନେବେ। କୋକସରା ପୁଲିସ ଥାନାରେ ମା ଭଣ୍ଡାର ଘରଣିଙ୍କୁ ଆବାହନ କରିବା ପାଇଁ ପୂଜାର୍ଚ୍ଚନା କରାଯାଇଛି। କୋକସରା ପୋଲିସ ଥାନା ଅଧିକାରୀ ପ୍ରସନ୍ନ ବେହେରା ପୂଜାକର୍ତ୍ତା ଭାବେ ସମସ୍ତ କାର୍ଯ୍ୟ ତୁଲାଇଛନ୍ତି। ଥାନାରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ମାନେ ଶୁକ୍ଳ ବସ୍ତ୍ର ପରିଧାନ କରି କଳସ ଯାତ୍ରାରେ ପୁଷ୍କରିଣୀରୁ ଜଳ ଆଣି ମାଆଙ୍କ ନିକଟରେ ସ୍ଥାପନ କରି ପୂଜର୍ଚ୍ଚନା କରିଛନ୍ତି। ଏହି ଅବସରରେ ମା ଙ୍କ ନିକଟରେ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ସମସ୍ତ ଙ୍କୁ ମା ଙ୍କ କରୁଣା ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜା କରିଛନ୍ତି। ଏହି କାର୍ଯ୍ଯ ସମ୍ପାଦନରେ ପୁଲିସ କର୍ମଚାରୀ ହେମନ୍ତ କୁମାର ପାତ୍ର, ଗୋପବନ୍ଧୁ ନାଏକ, ଭରତ କୁମାର ଅହିର, କୁମାରୀ ସତାନାମି, ଦାମୋଦର ନାଏକ, ନରସିଂହ ଦାସ, ଶ୍ରୀକାନ୍ତ ଭୋଇ, ମଣିହୀରା କୁମାର, ପରମାନନ୍ଦ ବାଗ, କୁସଧ୍ୱଜ ନାଏକ, ଧନେଶ୍ୱରି ମାଝୀ, ସହଦେଵ ମାଝୀ, ଚନ୍ଦ୍ର ମାଝୀ, ପର୍ଶୁରାମ ମାଝୀ, ଗୋବର୍ଦ୍ଧନ ବାଗ, କ୍ଷମାନିଧି ପଟ୍ଟନାଏକ, ରାମଚନ୍ଦ୍ର ନାଏକ, ଅମିତ ସୁନା ପ୍ରମୁଖ ପୁଳିସ କର୍ମଚାରୀ ଉପସ୍ଥିତ ରହି ପୂଜା କାର୍ଯ୍ୟରେ ସହଯୋଗ କରିଥଲେ।

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ମୋ’ବିହୁନେ

Sunil Chandra Nayak

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ

Sunil Chandra Nayak

ଗୃହରକ୍ଷୀମାନଙ୍କ ଭତ୍ତା ବଢ଼ିଲା..୯ ହଜାରରୁ ହେଲା ୧୨୨୮୦ ଟଙ୍କା

Sunil Chandra Nayak

Leave a Comment

error: Content is protected !!