ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଟାଗାଁ ରେ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ନୂଆଖାଇ ଭେଟଘାଟ

 ତେନ୍ତୁଳିଖୁଣ୍ଟି – 08/10/22/ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ କଣ୍ଟାଗାଁ ଠାରେ ଅନୁଷ୍ଠିତ ହୋଇଥିବା ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ର ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ମୂଖ୍ୟ ଅତିଥି ଭାବେ ସାଧାରଣ ସଭାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରୀ ନାୟକ , ଲମ୍ବୋଦର ନାୟକ, ଜଗନ୍ନାଥ ନାୟକ, ସଦାଶିବ ନାୟକ , ନିଳକଣ୍ଠ ଦୀଶାରୀ, ଶରତ ପୂଜାରୀ, ଝରିଗୁମ୍ମା ସରପଞ୍ଚ ମନମୋହନ ଦଳପତି, ସୁର୍ଯ୍ୟ ରନ୍ଧାରୀ, ତ୍ରିନାଥ ନାୟକ, କଣ୍ଟାଗାଁ ସରପଞ୍ଚ ଭୁବନେଶ୍ୱରୀ ନାୟକ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଭତରା ସମାଜ ର ବିକାଶ ପାଇଁ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୂଆ ଖାଇ ଭକି ସାମାଜିକ ପର୍ବ ଆଜି କିପରି ଭେଟ ଘାଟ କାର୍ଯ୍ୟକ୍ରମ ରେ ପରିଣତ ହେଲାଣି ସେ ସମ୍ପର୍କରେ ଆଲୋଚନା କରିଥିଲେ। ଦିନକୁ ଦିନ ନୂଆ ଖାଇ ଭେଟ ଘାଟ ସାମାଜିକ ମିଳନ ସହ ରାଜନୈତିକ କାର୍ଯ୍ୟକ୍ରମ ହୋଇଗଲାଣି। କିନ୍ତୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ କୌଣସି ନିର୍ଦ୍ଧିଷ୍ଟ ଦଳ ର କାର୍ଯ୍ୟକ୍ରମ ନ କରିବାକୁ କିଛି ମତ ରଖିଥିଲେ।ଏହା ଆଉ ଜାତି ଭିତ୍ତିକ ହୋଇ ରହିନି। ଇଫତାର ଭଳି ପରମ୍ପରା ହୋଇଗଲାଣି। ମା ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଵଳନ ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଖାଦ୍ୟ ପରିବେଷଣ ରେ ଶେଷ ହୋଇଥିଲା।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

ଜୟବଡ଼ ର ସାଇଜ୍ଞାନ ପ୍ଲେ ସ୍କୁଲ  ଓ ଜଗତସିଂହପୁର ହେଡ଼ ପୋଷ୍ଟ ଅଫିସର ମିଳିତ ଆନୁକୂଲ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ

Sunil Chandra Nayak

ବ୍ୟାଙ୍କ ଅଫ୍ ବରୋଦାର କିଓସ୍କ ଡାବୁଗାଁ ରେ ହେଲା ଖୋଲା

Sunil Chandra Nayak

Leave a Comment

error: Content is protected !!