ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଙ୍କୁ ଯୁବ କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 

ଗୋଳାମୁଣ୍ଡା/୮/୧୦/ମସିହା/କଳାହାଣ୍ଡି ଜିଲ୍ଲା ଗ୍ରସ୍ତରେ ଆସୁଥିବା ଓଡିଶା କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ ଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ଙ୍କ ନେତୃତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।   ପ୍ରକାଶ ଥାଉ କି ରାହୁଲ ଗାନ୍ଧୀ ଙ୍କ ଭାରତ ଜୋଡ ଯାତ୍ରା ପରିପ୍ରେକ୍ଷୀରେ  ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଜିଲ୍ଲା ମାରାଥନ ଗସ୍ତ କରି କଂଗ୍ରେସ କୁ ତୃଣମୂଳ ସ୍ତରରୁ ସକ୍ରିୟ କରିବା ପାଇଁ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ସଂପ୍ରତି       କଳାହାଣ୍ଡି ଜିଲ୍ଲା ଗ୍ରସ୍ତ କରି ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ରେ ଯୋଗ ଦେଇ ଭାରତ ଜୋଡ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ  ଗତକାଲି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାହୁଲ ମଙ୍ଗରାଜ ପକ୍ଷରୁ ଚାନ୍ଦତୋରା ଛକ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ତିନିସହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରୀ ଯୁକ୍ତ ଶରତ ପଟ୍ଟନାୟକ,ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟାନ୍ୟ ପ୍ରମୁଖ ଙ୍କୁ ଜିନ୍ଦାବାଦ ନାରାରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଥିବାରୁ ଚାନ୍ଦତୋରା ଛକ କମ୍ପିତ ହୋଇଥିଲା, ସମ୍ବର୍ଦ୍ଧନାରେ ଗୋଳାମୁଣ୍ଡା ଯୁବ କଂଗ୍ରେସ ପକ୍ଷରୁ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ସଭାପତି ଅନୀଲ ମଳିକ, ଗୋଳାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁଧର ଯାଲ, ଦେବରାଜ ଭାଟି, ସୁଦାମ ସେଠିଆ, ଭୁପେନ୍ଦ୍ର ମାଝୀ, ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶୀଳ ମସିହା

Related posts

ନବରଙ୍ଗପୁର ମହାବିଦ୍ୟାଳୟକୁ ସରକାରୀ କଲେଜର ମାନ୍ୟତା ପାଇଁ ଦାବି କଲା ଆଲୁମିନାଇ କମିଟି 

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଅଭିମାନ

Sunil Chandra Nayak

ନିରୁପମା ପାଣି ଙ୍କ କବିତା ମମତା ଯାଉଛି ହଯି

Sunil Chandra Nayak

Leave a Comment

error: Content is protected !!