ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

      ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସମୟ ପାଇଲେ ପ୍ରଭୁ ତୁମ ନାମ
      କରୁଛି ମୁ ଜପାମାଳି
ରୂପ ଦେଖା ଦିଅ ବଚନ ନ କୁହ
     ଭକ୍ତି ନାଚେ ଢଳି ଢଳି।
ନୀରବ ବସିଛ ମଉନ ଶୁଣୁଛ
   ଭକ୍ତ ଆସେ କେତେ ଦୂର
ଥକି ପଡୁ ନାହିଁ ତୁମ ଆଶିର୍ବାଦ
   ଖାଲି ଘେନ ତା ଜୁହାର।
ତୋ ଧଣ୍ଡା ତୂଳସୀ ପାଦୁକା ପାଇଲେ
      ମନ ମୋ ହୁଏ ପବିତ୍ର
ତୁମରି ନାମରେ ଭଜନ ଗାଇଲେ
      ସୁସ୍ଥ ରହୁ ଜୀବନର।
ସବୁ ଦିନ ଭଳି ସେହି ରୂପ ଦେଖା
     ଥରେ କରିବି ଦର୍ଶନ
ଜୀବନର ପାପ ଲିଭି ଯାଉ ମୋର
   ତୁମେ ମୋର ଭଗବାନ।
ତୁମ ଛବି ମୋର ଅମୂଲ୍ୟ ସଂପଦ
    ଯୁଆଡ଼େ ଯାଉଛି ଧରି
ସକାଳ ସନ୍ଧ୍ୟାରେ ତୁମ ନୀତି କାମ
     ପ୍ରାର୍ଥନା କରୁଛି ହରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଏକ ଦଶନ୍ଧି ରୁ ଉର୍ଦ୍ଧ ହେବ ହୋମିଓ ପାଥି ଡାକ୍ତର ଖାନା ଅବହେଳିତ !

Sunil Chandra Nayak

ତେନ୍ତୁଳିଖୁଣ୍ଟି ରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି

Sunil Chandra Nayak

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!