ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

      ଜଣାଣ

ମାନଗୋବିନ୍ଦ ସ୍ବାଇଁ

ସମୟ ପାଇଲେ ପ୍ରଭୁ ତୁମ ନାମ
      କରୁଛି ମୁ ଜପାମାଳି
ରୂପ ଦେଖା ଦିଅ ବଚନ ନ କୁହ
     ଭକ୍ତି ନାଚେ ଢଳି ଢଳି।
ନୀରବ ବସିଛ ମଉନ ଶୁଣୁଛ
   ଭକ୍ତ ଆସେ କେତେ ଦୂର
ଥକି ପଡୁ ନାହିଁ ତୁମ ଆଶିର୍ବାଦ
   ଖାଲି ଘେନ ତା ଜୁହାର।
ତୋ ଧଣ୍ଡା ତୂଳସୀ ପାଦୁକା ପାଇଲେ
      ମନ ମୋ ହୁଏ ପବିତ୍ର
ତୁମରି ନାମରେ ଭଜନ ଗାଇଲେ
      ସୁସ୍ଥ ରହୁ ଜୀବନର।
ସବୁ ଦିନ ଭଳି ସେହି ରୂପ ଦେଖା
     ଥରେ କରିବି ଦର୍ଶନ
ଜୀବନର ପାପ ଲିଭି ଯାଉ ମୋର
   ତୁମେ ମୋର ଭଗବାନ।
ତୁମ ଛବି ମୋର ଅମୂଲ୍ୟ ସଂପଦ
    ଯୁଆଡ଼େ ଯାଉଛି ଧରି
ସକାଳ ସନ୍ଧ୍ୟାରେ ତୁମ ନୀତି କାମ
     ପ୍ରାର୍ଥନା କରୁଛି ହରି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ଜାତୀୟ ଟିକାଦାନ ଦିବସ ପାଳିତ

Sunil Chandra Nayak

ବିଜୁଳି ଚଡକରେ ମହିଳା ଚାଷୀ ମୃତ

Sunil Chandra Nayak

ଆତ୍ମସମର୍ପଣ କଲା ଆଉ ଜଣେ ହାର୍ଡକୋର ମାଓବାଦୀ: ମୁଣ୍ଡ ଉପରେ ଥିଲା ୫ଲକ୍ଷ ଟଙ୍କାର ପୁରସ୍କାର ରାଶି

Leave a Comment

error: Content is protected !!