ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

ନବରଙ୍ଗପୁର – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଭୈରବ ସ୍ନାତକ ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଥିଲା।ଏଥିରେ ପ୍ରଥମେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ଜଣାଇଥିଲେ।ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀଯୁକ୍ତ ମର୍ଧକ୍ଷ ନାୟକ ସଭା ପରିଚାଳନା କରିଥିଲେ। ଏଥିସହିତ ପ୍ରଦୀପ ପ୍ରଜ୍ୟଳନ କରିଥିଲେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝି। ଅଧ୍ୟକ୍ଷା ଶ୍ରୀମତୀ ମାଝି କହିଥିଲେ କଲେଜ ର ଛାତ୍ର ଛାତ୍ରୀ କିପରି ପାଠ ପଢ଼ିବେ ଏଥିସହିତ ଭଲ ପାଠ ପଢି କିପରି ଆଗକୁ ଯିବେ କିପରି କଲେଜର ନାମ ରଖିବେ ଏଥିସହିତ ସାର୍ ମାନଙ୍କର ସବୁବେଳେ ଆଶୀର୍ବାଦ ରହି ଛାତ୍ର ଛାତ୍ରୀ ମାନେ କଲେଜ ନାମ ରଖିବା ସହିତ ଆମ ଦେଶର ନାମ ରଖିବା ଓ ଆମ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେପରି ଜଣେ ଆଦିବାସୀ ମହିଳା ହୋଇ ମଧ୍ୟ ରାଷ୍ଟ୍ରପତି ହୋଇ ପାରିଲେ ସେହିପରି ଛାତ୍ର ଛାତ୍ରୀ ଙ୍କ ଚେଷ୍ଟା ରହିବା ଦରକାର।ଏଥିସହିତ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଶଶାଙ୍କ ଶେଖର ତ୍ରିପାଠୀ ଯୁକ୍ତ ତିନି କଲେଜ ର ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ଚନ୍ଦନା ପଣ୍ଡା,ଅର୍ଥନୀତି ବିଭାଗର ଅଧ୍ୟାପିକା ଶ୍ରୀମତୀ ଉର୍ମିଳା ବ୍ରହ୍ମା,ଇତିହାସ ବିଭାଗର ଅଧ୍ୟାପିକା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ରାଜନୀତି ବିଭାଗର ଅଧ୍ୟାପକ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ, ଏଥିସହିତ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ମନିଷା ସରକାର, ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ସନ୍ୟାସୀ ସାହୁ,ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ମର୍ଦ୍ଧାକ୍ଷ ନାୟକ,ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ଦୟାରାମ ମନୋହର ଯୋଗ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।ଏଥିରେ ଉଭୟ ଯୁକ୍ତ ତିନି ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।ଶେଷରେ ଯୁକ୍ତ ତିନି ପଢୁଥିବା ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନେ ନିଜର ଭବିଷ୍ୟତରେ କିପରି ଭଲ ପାଠ ପଢିବେ ସେଥି ପାଇଁ ଛାତ୍ର ଛାତ୍ରୀ ମାନେ କହିଥିଲେ।ଶେଷରେ ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ମନିସା ସରକାର ଧନ୍ୟବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବେସରକାରୀ ସଂସ୍ଥା ର ରାଜ୍ ?

Sunil Chandra Nayak

କେସିଙ୍ଗା ଏନ୍ ଏ ସି ର ପ୍ରଥମ ପାରିଷଦ ବର୍ଗ ବୈଠକ

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା କମଳିନୀ

Sunil Chandra Nayak

Leave a Comment

error: Content is protected !!