ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର ଙ୍କ କବିତା  ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ 

ମହୋଦଧି କୂଳେ ଉଲଗ୍ନ ରୂପରେ
ଭଗ୍ନ କୋଣାରର୍କ ଠିଆ,
ଓଡ଼ିଆ ପୁଅକୁ ଡାକେ ହାତଠାରି
 ଆ–ଆ –ମୋ କୋଳକୁ ଆ –!
ଅଣୁ ପରମାଣୁ ପ୍ରତିଟି ଶିଳlର
କଥା କହେ ନୀରବରେ
ଶିଳ୍ପୀର ଯେତେ ଅନ୍ତର ଵେଦେନା
ଶୁଣିଯାଅ ପୁଅ ଥରେ
ଶୁଣିବାକୁ ହେଲେ ତା ନିରବ ଭାଷା
ଶିଳ୍ପୀମୟ ପ୍ରାଣ ଚାହିଁ
ପରାହତ ଏଠି ବସ୍ତୁବାଦୀ ସୃତି
ଶକତି ତାହାର ନାହିଁ
ଠକ ଠକ ଶବ୍ଦ ଶୁଣ କାନ ଡେରି
ନିହାଣ ମୁଗୁର ସ୍ୱର 
ହର୍ଷ କୌତୁକେ ବାରଶହ ବଢେଇ
କୋଳାଗ୍ରତା ପରସ୍ପର
ଥିବା ଯାଏ ଶିଳ୍ପୀ ଥିବ କଳାକୃତି
କୀର୍ତ୍ତି କେବେ ମରେ ନାହିଁ 
ଧରମା ସହିତ ସେମାନେ କହନ୍ତି
ଏକ ସ୍ଵରେ ରହିରହି
ପଞ୍ଚଭୂତର ସେ ଶରୀରଟା ଯାହା ଜୁଇଟାରେ ଜଳିଯାଏ
ଯୁଗେ ଯୁଗେ କଳା ଅଟେ କାଳ ଜୟୀ
ଚାଲିଯାଏ ଶ୍ରଷ୍ଟା
 ସୃଷ୍ଟି ତାର ରହି ଥାଏ l

ମଧୁସୂଦନ ମହାପାତ୍ର

ନୀଳାଦ୍ରି ବିହାର, ଝୁମ୍ପାଣ,ଯାଜପୁର

 

Related posts

ତୀର୍ଯ୍ୟକ

Sunil Chandra Nayak

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସକାଳ ଜଣାଣ

Sunil Chandra Nayak

Leave a Comment

error: Content is protected !!