ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

ଡାବୁଗାଁ, ୧୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ (୫୦) କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମରୁ ଗତ ଅଗଷ୍ଟ ମାସରେ ୨୫ କେଭି ଟ୍ରାନ୍ସଫର୍ମର ଚୋରୀ ହୋଇଥିଲା | ଏନେଇ ପାପଡାହାଣ୍ଡି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ୨୦/୮/୨୨ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୩/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ଶନିବାର ପୋଲିସ ଖବର ପାଇ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ ଘରେ ଚଢାଉ କରି ତାଙ୍କ ଠାରୁ ଟ୍ରାନ୍ସଫର୍ମର ଉଦ୍ଧାର କରି ଜବତ କରିଛି | ଏହାସହ ଚନ୍ଦ୍ରସେନ ଗୌଡ ଓରଫ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଫୁଲବାଣୀ ଜିରିଙ୍ଗିପଡା ଠାରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁର ଙ୍କର ୨୨ତମ ଜନ୍ମ ଦିବସ ଚନ୍ଦନଯାତ୍ରା ଆରମ୍ଭ

କନ୍ଦାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ବିଶିଷ୍ଠ କଳାକାର ଅରୁଣ ଜ୍ୟୋତି ଶର୍ମା ଙ୍କ ସ୍ମୃତି ଏବଂ ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

Leave a Comment

error: Content is protected !!