ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଙ୍ଗୋମୁଣ୍ଡା ଟେମରା ରାସ୍ତାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

କୋକସରା,୧୬/୧୦- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ନେଗିଗୁଡା ଗ୍ରାମର ଜଣେ ଚାଷୀ କୈଳାଶ ପଟେଲ (୩୬) କୋକସରା ରୁ କୀଟନାଶକ ଔଷଧ କିଣି ନିଜ ପୁତୁରା ବ୍ରଜ ପଟେଲ ସହ ନିଜ ଗାଁ କୁ ଫେରୁଥିଲେ । ବଙ୍ଗୋମୁଣ୍ଡା ଟେମରା ରାସ୍ତାର ଏକ ବୁଲାଣିରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଚିଲିଗୁଡା ଗ୍ରାମର ବିଦ୍ୟା ନାଗ (୨୩)ର ବାଇକ ନମ୍ବର ଓଡ଼ି ୨୪ – ୧୭୪୨ ଓ ଓଡ଼ି ୦୮ ଇ ୬୫୮୪ ନମ୍ବର ର ବାଇକ୍ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଅନ୍ୟ ପଛରେ ବସିଥିବା କୈଳାଶ ପଟେଲ ଙ୍କ ଗୋଡ଼ ଭାଙ୍ଗି ଯାଇଥିଲା । ସ୍ଥାନୀୟ ଲୋକେ ଯୁବକଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣା କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ବାଇକରେ ଥିବା ଯୁବକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ୨ ବାଇକକୁ ଜବତ କରିଛି। ତେବେ ଗୁରୁତର କୈଳାଶ ପଟେଲ ଜଣେ ଚାଷୀ ଓ ସେ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଦୁର୍ଘଟଣାରେ ଗୋଡ଼ ଭାଙ୍ଗିବା ପରେ ପରିବାର ବେସାହାରା ହୋଇ ପଡିଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଯୁବକ କୋକସରା ବିଦେଶୀ ମଦ ଦୋକାନର କର୍ମଚାରୀ ଓ କୁଳେରଗୁଡା କୁ ମଦ ଡେଲିଭରି କରି ଫେରିବା ସମୟରେ ଦୁର୍ଘଟଣା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କୋକସରା ପୁଲିସ ଅଧିକାରୀ ପ୍ରସନ୍ନ ବେହେରା ଘଟଣାର ତଦନ୍ତ ଜାରି ରହିଥିବା ନେଇ ସୁଚନା ଦେଇଛନ୍ତି ।

Related posts

ରାୟଗଡା ସହରର ପୌରାଧ୍ଯକ୍ଷ ପଦବୀ ପାଇଁ ପ୍ରମୁଖ ଦଳର ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଚୁରୁଚୁଣ୍ଡା ରେ ପାଳନ ହୁଏ ବାସି  ଦଶହରା 

Sunil Chandra Nayak

କେଗାଁ ମାଲପଡା ଠାରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!