ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ ଗାଡ଼ି ଉପରକୁ ବୋମା ମାଡ 

କାମାକ୍ଷାନଗର( ମ.ନି .ସ)18/10_ ଢେଙ୍କାନାଳ ଜିଲ୍ଲା ପୂର୍ବତନ ଯୁବ ବିଜେଡି ଉପସଭାପତି କାହ୍ନୁ ସାହୁଙ୍କ ଗାଡ଼ି ଉପରକୁ ବୋମା ମାଡ଼। ଦୁଇ ଦୃର୍ବୁତ୍ତ ଏକ ବାଇକ ରେ ଆସି କାମାକ୍ଷାନଗର ୨ ନଂ ଓ୍ବାର୍ଡ ମଢ଼ି ସାହି ରେ ଥିବା ବାସଭବନ ଠାରେ ବିଳମ୍ବିତ ରାତି ପ୍ରାୟ ୧.୦୪ ମିନିଟ ସମୟରେ ଗାଡି ଉପରକୁ ତିନୋଟି ବୋମା ମାଡ଼ କରିଛନ୍ତି |ଫଳରେ ଗାଡିର ପଛ କାଚ ସମ୍ପୂର୍ଣ ଭାଙ୍ଗି ଯାଇ ଥିବା ବେଳେ,ଘଟଣା ସ୍ଥଳରେ ଏବେବି ଦୁଇଟି ଅଫୁଟା ବୋମା ପଡ଼ିରହିଛି |ଏ ନେଇ କାମାକ୍ଷାନାଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରିରଖିଛି | ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକ୍ ଯୋଗେ ହେଲମେଟ ପିନ୍ଧି ଆସି ପ୍ରଥମେ ଘର ସମ୍ମୁଖରେ ଦୁଇଥର ରାଉଣ୍ଡ କରିବା ସହ ବୋମା ମାଡ କରିବାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି। ସେ ବିଜୁ ଜନତl ଦଳରେ ଜଣେ ଆଗଧାଡିର ସଦସ୍ୟ ଅଛନ୍ତି। କାହ୍ନୁଙ୍କର କେହି ସତ୍ରୁତା ନଥିବା ବେଳେ କିଏ ଏବଂ କାହିଁକି ମାରିଲା ତାର ତଦନ୍ତ ପାଇଁ ସେ ଦାବି କରୁଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସର୍ବପ୍ରଥମ ଅବସର ପ୍ରାପ୍ତ ପଞ୍ଚାୟତ ସଂପାଦକଙ୍କ ଦେହାନ୍ତ , ଅଞ୍ଚଳରେ ଶୋକର ଲହରୀ

Sunil Chandra Nayak

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ରିହାତି ମିଲିବ

Sunil Chandra Nayak

ମୋଟେର ବସ ଷ୍ଟାଣ୍ଡ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!