ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

      ମଦ ବିରୋଦ୍ଧରେ ସଂଗ୍ରାମ

  ଭାରତରେ ଦିଶୁଛି ଦୁର୍ଗତ ଦୁର୍ଦ୍ଦଶାଗ୍ରସ୍ତ ମଣିଷଙ୍କ ବିକଳ ବିପନ୍ନ ମୂର୍ତ୍ତି | ଲୋକେ ଖାଇବାକୁ ପାଉନାହାଁନ୍ତି, ଅନାହାର ମୃତ୍ୟୁର ବିକଳ ପରିସ୍ଥିତି |  

ଆକାଶକୁ ଚୁମ୍ବୁଛି ମାଳମାଳ ଫ୍ଲାଟ୍ | 

ନିରାପତ୍ତା କୋଳରେ ଆଜି ନିଦେଇ ଯାଇଛି ଆମର ନେତୃତ୍ୱ ! ସରକାର ନିଜକୁ ଭଷ୍ଟାଚାର ମୁକ୍ତ ବୋଲି ପ୍ରଚାର କରୁଛନ୍ତି |     

    ଚଲାପଥର ଦାବି ଏବେ ବି ଅଧୁରା ! ସ୍ଵପ୍ନ ସବୁ ଏବେ ବି ଅପୂର୍ଣ୍ଣ । ଆଗରେ ଆହୁରି ଅନେକ ରାସ୍ତା ! ଦୁର୍ଗମ ଦୁସ୍ତର ! ଯିବାକୁ ପଡ଼ିବ ଅନେକ ଦୂର |

   ଶିକ୍ଷାର ବିକାଶ କଥା କହୁଥିବା ସରକାର ମଣିଷ ଶିଶୁର ମାନସିକ ଓ ଶାରିରୀକ ବିକାଶ ବିଷୟରେ ଜ୍ଞାନ ନଥିବା ପରି ମନେ ହୁଏ |

ତାଙ୍କ ପ୍ରତ୍ସୋହନରେ ମଦ କାରବାର ଚାଲିଛି | ମଦର ପ୍ରଚାର ପ୍ରସାର ଜୋରରେ ଚାଲୁଛି | ଅଧିକାଂଶ ଲୋକେ ମଦ୍ୟପାନରେ ଆସକ୍ତ |

ପାଉଁଶ ହୋଇ ଯାଉଛି ବହୁ ଲୋକ ମାନଂକର ସଂସାର | ସ୍ବାର୍ଥପରତାର ଧୁଆଁରେ ଚେତନା ଆଜି ଚ୍ଛାୟାଚ୍ଛନ୍ନ | ମହମର ମୂର୍ତ୍ତି ପରି ତରଳିଯାଇଛି ସମସ୍ତ ମୂଲ୍ୟବୋଧ | ଆମ ସମସ୍ତେ ସ୍ବାର୍ଥରେ ଜଳା ଯାଇଥିବା ନିଆଁର ଧାସରେ |    

ଦୁଃଖୀଜନଙ୍କ ଜୀବନର ସ୍ବପ୍ନକୁ ଭିତରେ ମିଶାଇ ଦେବାକୁ ସାଧନାର ଅଭାବ | ଜାତିରୁ ମହାଜାତି ଯାଏଁ, ସେଇ ଚଲାରାସ୍ତା, ସେଇ ଲୋକଙ୍କର ପାଦଚିହ୍ନର ଅଭାବ | ପଦବୀର ନିଶାରେ ଭାରତରେ ବିବାଦର ବାତାବରଣ ସୃଷ୍ଟି ହୋଇଛି | ସେ ସମୟରେ ନୂତନ ସ୍ଵପ୍ନର ନକ୍ସା ଦେଖିବା ପାଇଁ ଓ ଜନସାଧାରଣଙ୍କୁ ଚେତନା ଆଣିବାକୁ ପଡିବ ପୁଂଜିବାଦୀ ସମାଜରେ କୋଟିପତି ହେବାର ସ୍ବପ୍ନର ସିଡ଼ିରୁ | ଭାଗବତର ସ୍ରଷ୍ଟା ଜଗନ୍ନାଥ ଦାଶ ତାଙ୍କ ଭାଗବତର ଲେଖିଲେ:

“ଜୁଆ କାମିନୀ ମଦ୍ୟ ପାନେ

ଜୀବ ମାରଣ ଯେବା ସ୍ଥାନେ॥

ବିଚାରି ଚାରି ଭାଗ କଲା

ଏମନ୍ତେ ଅଭିମନ୍ୟୁ ବଳା॥ “

ତେଣୁ ଦେଶ ସେବା ମନରେ ଧର୍ମ ହୋଇ ମଦର କୁପ୍ରଭାବ ବିରୋଦ୍ଧରେ ପରିବାର ଛାଡି ଦେଶବାସୀରେ ଆହ୍ଵାନ ଦେବାକୁ ପଡିବ |

 

                               ଚିତ୍ତ ରଞ୍ଜନ ନନ୍ଦ

                                       ଜଗତପୁର, କଟକ

Related posts

ଇନ୍ଦିରାବତୀ ବୁଢୀ ଅଞ୍ଚଳର ୧୧ ବୁଥକୁ ମଟର ବୋଟରେ ଗଲେ କର୍ମଚାରୀ

Sunil Chandra Nayak

ଏନ୍ଏମ୍ଓପିଏସ୍ ବ୍ଲକ ଶାଖା ଗଠିତ

Sunil Chandra Nayak

ଜଙ୍ଗଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର 

Sunil Chandra Nayak

Leave a Comment

error: Content is protected !!