ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ତେନ୍ତୁଳିଖୁଣ୍ଟି : 21/20/22- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ନିକଟସ୍ଥ ଫଟାଗୁଡା ପୁରୁଣା ଲଷ୍ମୀପୂଜା ମଣ୍ଡପ ପଡିଆ ଠାରେ ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା  ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଆଜି ଦ୍ଵିତୀୟ ଦିବସ ରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଏମ ପି ରମେଶ ମାଝୀ ଓ ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବ୍ଳକ ଜିଲ୍ଲା ପରିଷଦ 2 ସଭ୍ୟ ରତିକାନ୍ତ ପଣ୍ଡା  ରହିଥିଲେ ।ମୂୁଖ୍ୟ ଅତିଥି  ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରଥମ ମ୍ୟାଚ ରାୟଗଡା ଜିଲ୍ଲା ବିଷମ କଟକ ସହ କୋରାପୁଟ ଜିଲ୍ଲା କୋଟପାଡ଼ ମଧ୍ୟରେ ଆରମ୍ଭ ହୋଇଥିଲା ଏଥିରେ କୋଟପାଡ଼ ବିଜୟଲାଭ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ କାକରିଗୁମା ସହ ବୋରିଗୁମ୍ମା ମଧ୍ୟରେ ହୋଇଥିବା ବେଳେ ଖେଳରେ ରେଫେରୀ ରାୟଗଡା ର ରାମଲାଲ ଭତ୍ରା ରହିଥିଲେ ।ଏହି ଖେଳ ଦେଖିବା ପାଇଁ ଖେଳ ପଡିଆ ଠାରେ ଆଖପାଖ ଅଞ୍ଚଳର ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ରହି ଖେଳାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ମ୍ୟାଚରେ ବାବୁନି ନାୟକ ଏବଂ ରମେଶ ପଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ନାଗ, ତିର ନାଗ,ଟୁନା ନାଗ,ଗୌରହରି ହିଆଲ ,ବାସୁ ନାଗ,ପୋପି,ସୋନୁ,ଅଜିତ,ସୁନମ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ବ୍ଲକର ଷୋହଳ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଆସନ୍ତା ୨୫ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ବିଦ୍ୟୁତ୍ ଡିଭିଜନ ର ମିଟର ରିଡର ମାନଙ୍କର ପାୱାର ଏମ୍ପ୍ଲୟୀଜ ୟୁନିଅନ୍ ରେ ମିଶ୍ରଣ।

Sunil Chandra Nayak

ଶ୍ରମିକଙ୍କ ପାଇଁ ଖୁସି ଖବର ,  ସର୍ବନିମ୍ନ ମଜୁରୀ ପରିମାଣକୁ ବୃଦ୍ଧି କଲେ ରାଜ୍ୟ ସରକାର

Sunil Chandra Nayak

ଦଶମ ଟପର ହେଲେ ପୂର୍ଣତ୍ରୟା ପଧାନ

Leave a Comment

error: Content is protected !!