ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ତେନ୍ତୁଳିଖୁଣ୍ଟି : 21/20/22- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ନିକଟସ୍ଥ ଫଟାଗୁଡା ପୁରୁଣା ଲଷ୍ମୀପୂଜା ମଣ୍ଡପ ପଡିଆ ଠାରେ ଫଟାଗୁଡା ୟୁଥ ଆସୋସିଏସନ ଦ୍ବାରା  ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଆଜି ଦ୍ଵିତୀୟ ଦିବସ ରେ ମୂଖ୍ୟ ଅତିଥି ଭାବେ ନବରଙ୍ଗପୁର ଏମ ପି ରମେଶ ମାଝୀ ଓ ସମ୍ମାନିତ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବ୍ଳକ ଜିଲ୍ଲା ପରିଷଦ 2 ସଭ୍ୟ ରତିକାନ୍ତ ପଣ୍ଡା  ରହିଥିଲେ ।ମୂୁଖ୍ୟ ଅତିଥି  ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ପ୍ରଥମ ମ୍ୟାଚ ରାୟଗଡା ଜିଲ୍ଲା ବିଷମ କଟକ ସହ କୋରାପୁଟ ଜିଲ୍ଲା କୋଟପାଡ଼ ମଧ୍ୟରେ ଆରମ୍ଭ ହୋଇଥିଲା ଏଥିରେ କୋଟପାଡ଼ ବିଜୟଲାଭ କରିଥିବା ବେଳେ ଦ୍ଵିତୀୟ ମ୍ୟାଚ କାକରିଗୁମା ସହ ବୋରିଗୁମ୍ମା ମଧ୍ୟରେ ହୋଇଥିବା ବେଳେ ଖେଳରେ ରେଫେରୀ ରାୟଗଡା ର ରାମଲାଲ ଭତ୍ରା ରହିଥିଲେ ।ଏହି ଖେଳ ଦେଖିବା ପାଇଁ ଖେଳ ପଡିଆ ଠାରେ ଆଖପାଖ ଅଞ୍ଚଳର ଶତାଧିକ ଖେଳ ପ୍ରେମୀ ଉପସ୍ଥିତ ରହି ଖେଳାମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ମ୍ୟାଚରେ ବାବୁନି ନାୟକ ଏବଂ ରମେଶ ପଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଫୁଲ୍ଲ ନାଗ, ତିର ନାଗ,ଟୁନା ନାଗ,ଗୌରହରି ହିଆଲ ,ବାସୁ ନାଗ,ପୋପି,ସୋନୁ,ଅଜିତ,ସୁନମ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ବ୍ଲକର ଷୋହଳ ଟି ଦଳ ଅଂଶ ଗ୍ରହଣ କରୁଛନ୍ତି। ଆସନ୍ତା ୨୫ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

ଡ୍ରାଇଭର ମହାସଂଘ ର ସମୂହ ଦୀପଦାନ

Sunil Chandra Nayak

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

Sunil Chandra Nayak

Leave a Comment

error: Content is protected !!