ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

ଏ ଦୂବ ତୂଳସୀ ସିନ୍ଦୂର ଚନ୍ଦନ
    ମଥାକୁ ଦିଶେ ସୁନ୍ଦର
ଭାବ ଭକ୍ତି ରୂପ ଆତ୍ମାକୁ ରଖୁଛି
      ମୁକ୍ତିର ପଥ ଈଶ୍ୱର।
ପାଦୁକା ଜଳକୁ ପାନ କରି ହୁଏ
   ପାପ ସବୁ ହୁଏ କ୍ଷୟ
ଜୟ ଜଗନ୍ନାଥ କହି ଶାନ୍ତି ପାଏ
   ଶକ୍ତି ଭକ୍ତି ହୁଏ ଜୟ।
ରୂପକୁ ଦେଖିଲେ ମନରେ ଆନନ୍ଦ
     ଭାବରେ ହୁଏ ମୁଁ କଥା
ଦର୍ଶନ କରିଲେ ତୃପ୍ତି ଲାଭ କରେ
   ଛାଡ଼ି ଯାଏ ହୃଦ ବ୍ୟଥା।
ସତେକିସାଙ୍ଗରେ ମୋସାଙ୍ଗେ ଯାଉଛ
    ମୋତେ କୁହ କିଛି ପଦ
ଭୁଲ ନାହିଁ କିଛି ସବୁ ନିଅ ଶିକ୍ଷା
    ପ୍ରଭୁ ମୋ ପାଇଁ ସଂପଦ।
ଓଷା ବ୍ରତ ପାଠ ଶରୀର ପାଇଁ କି
     ସୁସ୍ଥ ସ୍ବାସ୍ଥ୍ୟ ଭକ୍ତି ଭାବ
ପାଳନ କରିଲେ ନୀତି ନିୟମରେ
    ପ୍ରଭୁ ମୋ ପାଇଁ ଗୈାରବ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଆୟ ବର୍ହିଭୂତ ସଂପତି ଠୁଳ ମାମଲା

Sunil Chandra Nayak

ମ.ରାମପୁର ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ : ମେଧା ବୃତ୍ତି ପରୀକ୍ଷାରେ କୃତିତ୍ବ

ଶିକ୍ଷକ ଦିଅ ନ ହେଲେ ଆନ୍ଦୋଳନ

Leave a Comment

error: Content is protected !!