ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଅନ୍ତୁଡ଼ିରୁ ଜୁଇ ଯାଏ

ସକାଳର ଜଣାଣ

ଅନ୍ତୁଡ଼ିରୁ ଜୁଇ ଯାଏ

 ବିଜୟ କୁମାର ଜେନା

ଅନ୍ତୁଡ଼ି ଶାଳରୁ ଜୁଇ ପରିଯନ୍ତ
    ସବୁଠି ତୋ କୃପାବାରି
ଜନମ ଆଗରୁ ସବୁତ ଖଞିଛ
   ଯାହା ଯାହା ଦରକାରୀ।
ସୁଖ ଦୁଃଖ ହସ ଲୁହ କାନ୍ଦ ଯେତେ
     ସେସବୁ ତୋର ଭିଆଣ
ଅହଙ୍କାର କିମ୍ପା ମନରେ ଆଣିବି
      ଦିନେ ତ ହେବ ଖଣ୍ଡନ।
ଗଛ ଲଗାଇନି ଫଳ ବି ଖାଉଛି
    ଶରୀର ହେଉଛି ପୃଷ୍ଟ
ନଦୀ ଓ ତଟନୀ ସୃଷ୍ଟି ତ କରିନି
      ଜଳରେ ହୋଇଛି ତୁଷ୍ଟ।
ବସ୍ତ୍ର ମୁଁ କରୁନି କିନ୍ତୁ ପିନ୍ଧୁଅଛି
      ସେ ସବୁ ତୁମରି ଦାନ
ରୋଷେଇ ନ କରି ଖାଦ୍ୟ ଭୁଞ୍ଜୁଅଛି
     ପ୍ରତି ସ୍ଥଳେ ତୁମ କର୍ମ।
ସବୁତ ଦେଇଛ କିଛି ମୁଁ କରିନି
      ଅନ୍ତୁଡିଠୁଁ ଜୁଇ ଯାଏ
ପ୍ରତି ମୁହୂର୍ତ୍ତରେ ପାଖେ ପାଖେ ଥାଇ
      ଜୀବନକୁ ଘେନି ଥାଏ।
ନିଜ ଅନୁଭବେ ଏକଥା ଆଣୁଛି
      ପ୍ରତି ଦିନ ପ୍ରତି ରାତି
ଜଗନ୍ନାଥ ତୁମ ନାମ ଗାଇ ଗାଇ
    ମୋ ଜୀବନ ଯାଉ ବିତି।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

 ଶାମୁକା ସାହି ରଣପୁର ନୟାଗଡ଼

Related posts

ଅଷ୍ଟପ୍ରହରୀ ନିମନ୍ତେ ପ୍ରସ୍ତୁତି ବୈଠକ , ଚଳିତ ବର୍ଷ କଳାହାଣ୍ଡିରୁ ଆସିବେ କୀର୍ତନ ଦଳ 

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଅଷ୍ଟମ ସ୍ବରୂପ ମାତା ମହାଗୌରୀ

Sunil Chandra Nayak

ଦୁନିଆରେ ଫୁଲର ବିଚିତ୍ର ସଂସାର…..

Leave a Comment

error: Content is protected !!