ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତେନ୍ତୁଳିଖୁଣ୍ଟି ୨୬/୧୦/୨୨ ତେନ୍ତୁଳିଖୁଣ୍ଟି ବ୍ଲକ ବିଜରା ଗୁଡା ଠାରେ ଚାଲିଥିବା ଦିଲିପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରିଗୁଡା ଦଳ ନିର୍ଧାରିତ ୧୨ ଓଭର ରେ ୮୧ ରନ ସଂଗ୍ରହ କରିଥିଲେ ଏହାର ଜବାବରେ ବିଜରାଗୁଡା କ୍ରିକେଟ ଦଳ ୯.୪ ଓଭରରେ ଚାରି ବିକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ମାମେଣ୍ଟର ଚମ୍ପିୟାନ ହୋଇଛନ୍ତି । ଏହି ଟୁର୍ମାମେଣ୍ଟରେ ବିଜରାଗୁଡା ର ଖେଳାଳି କିଶୋର ଖଣ୍ଡପାନଙ୍କ ଅଲ ରାଉଣ୍ଡ ଖେଳ ପାଇଁ ଶ୍ରେଷ୍ଠ ଖେଳାଳି ହିସାବରେ ପୁରସ୍କୃତ କରାଯାଇଥିଲା। ଉଦଯାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବରେ ନବରଙ୍ଗପୁର ଜିଲ୍ଲା ପୋଲିସ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଏବଂ ନବରଙ୍ଗପୁର ଥାନା ଅଧିକାରୀ ନରେଶ ପ୍ରଧାନ ଯୋଗ ଦେଇଥିଲେ। ଏହି ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ଉପାଧ୍ୟକ୍ଷ ରାକେନ୍ଦ୍ର ବିଷୋୟୀ, ସ୍ଥାନୀୟ ସରପଞ୍ଚ ରତ୍ନା ଜାନୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତନୟ ସାଗର ନାୟକ, କୁକୁଡ଼ାବାଇ ର ପୂର୍ବତନ ସରପଞ୍ଚ ଧନର୍ଯ୍ୟୟ ସୌରା, କଂଗରା ସରପଞ୍ଚ ଦୁର୍ଯ୍ୟୋ ମାଝୀ, ବରିଷ୍ଠ ନେତା ଗଜେନ୍ଦ୍ର ସଗରିଆ,ନିବି ମାଝୀ, ଭୋଳାନାଥ ବାଘ, ନିଳା ବାଘ, ଗଲୋକ ନାୟକ, ଭବାନୀ ଶଙ୍କର ବିଷୋୟୀ, ମୁନା ବାବୁ ପ୍ରମୁଖ ମଞ୍ଚ।ସିନ ଥିଲେ। ସମିତି ସଭ୍ୟ ଜିତେନ୍ଦ୍ର ଖଣ୍ଡପାନ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଉକ୍ତ ମ୍ୟାଚ ଜ୍ଞାନରଞ୍ଜନ ଖଣ୍ଡପାନ ଏବଂ ଚନ୍ଦନ ମାଝୀ ପରିଚାଳନା କରିଥିବା ବେଳେ ଥବିର ହରିଜନ, ରଜନୀକାନ୍ତ ଖଣ୍ଡପାନ, ରାମ ମାଝୀ,ଆଶିଷ ମାଝୀ,ଗଜେନ୍ଦ୍ର ମାଝୀ,ଭୁଜବଲ ବାଘ, ନୀର ମାଝୀ,ନିବି ମାଝୀ, ପ୍ରମୋଦ ଡ଼ଙ୍ଗୀରି,ସମୀର ମାଝୀ, ନ୍ୟୁରାଜ ଡ଼ଙ୍ଗିରି,ମୁନା ବାଘ ପ୍ରମୁଖ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଟୁର୍ମାମେଣ୍ଟରେ ବିଭିନ୍ନ ବ୍ଲକର ଷୋହଳଟି ଦଳ ଅଂଶ ଗ୍ରହଣ କରିଥିଲେ। ଚମ୍ପିୟାନ ଦଳ ବିଜରାଗୁଡା ଖେଳାଳି ମାନେ ନିଜ ଚମ୍ପିୟାନ ଟ୍ରଫିକୁ ରନର ବିରିଗୁଡା ଦଳକୁ ପ୍ରଦାନ କରି ଖେଳୁଆଡ଼ ମନୋଭାବର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଭବାନୀପାଟଣା ଠାରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତାପ କିଶୋର ରାଉତ ଙ୍କ କବିତା ମଣିଷ

Sunil Chandra Nayak

ଢ଼େଙ୍କାନାଳ ଜିଲ୍ଲା ର ବରିଷ୍ଠ ନାଗରିକ ପରିଷଦ ର ବୈଠକ

Sunil Chandra Nayak

Leave a Comment

error: Content is protected !!