ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମକୁ ଫେରିଲା ଦାଦନ ଶ୍ରମିକ ଙ୍କ ଶବ

ଡାବୁଗାଁ, ୨୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ବୋରିପଦର ଗ୍ରାମରେ ଜଣେ ଦାଦନ ଶ୍ରମିକ ଙ୍କ ମୃତଦେହ ଆସି ବୁଧବାର ଅପରାହ୍ନ ରେ ପହଞ୍ଚିଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ର ଡ଼ଙ୍ଗରିଗୁଡା ପଞ୍ଚାୟତ ଅଧୀନ ବୋରିପଦର ଗ୍ରାମର ରମେଶ ଡଙ୍ଗରୀ (୨୮) ଗତ ମାସ ତଳେ ତାମିଲନାଡୁ ରାଜ୍ୟର ତିରିପୁର ଅଞ୍ଚଳରେ ଥିବା ଡିସ୍କି କମ୍ପାନୀ ରେ ରହି ସିଲେଇ କାମ କରୁଥିଲା | ୨୩/୧୦/୨୨ ଦିନ ରମେଶ ଙ୍କ ଘରକୁ ତାଙ୍କର ମୃତ୍ୟୁ ଖବର ପହଞ୍ଚିଥିଲା | ମୃତ୍ୟୁ ଖବର ତାର ଭାଇ ପୁରୁଷୋତ୍ତମ ଡଙ୍ଗରୀ ଓ ପୁତୁରା ତାପସ ଡଙ୍ଗରୀ ତିରିପୁର ପହଞ୍ଚି ମୃତ ରମେଶ ର ଶବ କୁ ଏକ ଆମ୍ବୁଲାନ୍ସ ଯୋଗେ ଆଣି ଆଜି ନିଜ ଗ୍ରାମରେ ପହଞ୍ଚିଥିଲେ | ଗ୍ରାମରେ ଶବ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ପରେ ଗ୍ରାମ ସ୍ମସାନରେ ତାଙ୍କର ଶବ ଦାହ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳିତ

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

Sunil Chandra Nayak

ବ୍ୟଙ୍ଗକାରଙ୍କ ଦୃଷ୍ଟିରେ ସମାଜ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!