ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗବେଷକ ଡକ୍ଟର ଅଜିତ ବେହେରାଙ୍କୁ କୁଶୁଲାପୁଞ୍ଜା ପ୍ରତିଭା ସମ୍ମାନ 

ଭବାନୀପାଟଣା: ୨୯/୧୦ – (ମନିସ):- କଳାହାଣ୍ଡି ଜିଲ୍ଲାର ମ.ରାମପୁର ନିକଟସ୍ଥ ଗୌଡ କର୍ଲାଖୁଟାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କୁଶଲାପୁଞ୍ଜା ଡଙ୍ଗର ମହୋତ୍ସବ ଅବସରରେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ସାହିତ୍ୟିକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଛି। ଏଥିରେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ବିଜୟ କୁମାର ସାହୁ ମୁଖ୍ୟ ଅତିଥି, କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ କମ୍ଭୂପାଣି ମିଶ୍ର, ଅନନ୍ତ କୁମାର ପାଲ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରିଥଲେ। ଡକ୍ଟର ବେହେରା ଓଡ଼ିଶାର ଅନାଲୋଚିତ ଲୁପ୍ତ ଓ ଲୁପ୍ତପ୍ରାୟ ଲୋକଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ତାର ପୁନରୁଦ୍ଧାର ସହ ଲୋକଲୋଚନକୁ ଆଣିବାରେ ବିଶେଷ ଭୂମିକା ନିର୍ବାହ କରିଛନ୍ତି। ତାଙ୍କରି ଏହି ଅବଦାନ ପାଇଁ ସମ୍ୱଲପୁର ବିଶ୍ଵବିଦ୍ୟାଳୟ ତାଙ୍କୁ ସର୍ବୋଚ୍ଚ ମର୍ଯ୍ୟାଦାଜନକ ପି.ଏଚ୍.ଡି. ଓ ଡି.ଲିଟ୍ ଡିଗ୍ରୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାର ଜୁନିଅର ଫେଲୋସିପ ସହ ସରକାରୀ ତଥା ବେସରକାରୀ ସଂସ୍ଥା ତାଙ୍କୁ ବହୁ ପୁରସ୍କାର ଓ ସମ୍ମାନ ପ୍ରଦାନ କରିଛନ୍ତି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗୀୟ ଅଧ୍ୟାପକ ଭାବରେ କାର୍ଯ୍ୟରତ।

Related posts

ଆଜି ଠାରୁ ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶତମ ଯାତ୍ରା ତଥା ରୌପ୍ୟ ଜୟନ୍ତୀ ଆରମ୍ଭ

ପାୟୋନୀୟର ବିହନ କମ୍ପାନୀ ତରଫରୁ ଚାଷୀ ସମ୍ମିଳନୀ 

Sunil Chandra Nayak

ଶ୍ୟାମା ପ୍ରସାଦ ବୋଷ ଙ୍କ କବିତା ବିଦଗ୍ଧ ପ୍ରେମ

Leave a Comment

error: Content is protected !!