ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟରେ ତାଲା ପଡିବା ଘଟଣା, ତାଲା ଖୋଲିଲେ ବ୍ଲକ ଅଧ୍ୟକ୍ଷା

 ଡାବୁଗାଁ, ୧/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ମାନେ ଅକ୍ଟୋବର ମାସ ୨୨ ତାରିଖ ଦିନ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କାର୍ଯ୍ୟରେ ନିୟୋଜିତ ରହିଛନ୍ତି | ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି | ୧୩୧ ପିଲାଙ୍କ ପାଠପଢା ଉପରେ ପ୍ରଭାବ ପଡିବା ନେଇ ଗ୍ରାମବାସୀ ଆଶଙ୍କା ପ୍ରକଟ କରି ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ | ଆଜି ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଜିଲାପରିଷଦ ସଭ୍ୟ ଧନସିଂ ଭତ୍ରା, ବ୍ଲକ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଓ ସ୍ଥାନୀୟ ସରପଞ୍ଚ ସୁକୃ ଭତ୍ରା ପ୍ରମୁଖ ପହଞ୍ଚି ଗ୍ରାମବାସୀ ମାନଙ୍କ ସହ ଆଲୋଚନା କରିଥିଲେ | ଏଥିରେ ଡେପୁଟେସନରେ ଯାଇଥିବା ଶିକ୍ଷକ ଙ୍କ ଆଦେଶନାମା ବାତିଲ କରାଯାଇଛି, ବିଦ୍ୟାଳୟ ପରିସର ମଧ୍ୟରେ ୭ ଦିନ ମଧ୍ୟରେ ନୂତନ ଶ୍ରେଣୀ ଗୃହ ନିର୍ମାଣକରାଯିବା ଓ ପଞ୍ଚାୟତ ତରଫରୁ ପାନୀୟଜଳ ଯୋଗାଣ କରାଯିବା ନେଇ ପ୍ରତିଶ୍ରୁତି ବ୍ଲକ ଅଧ୍ୟକ୍ଷା ଦେବାପରେ ଗ୍ରାମବାସୀ ମାନେ ବିଦ୍ୟାଳୟ ଫାଟକରୁ ତାଲା ଖୋଲିଥିଲେ | ପରେ ବିଦ୍ୟାଳୟରେ ପାଠପଢା ସ୍ଵାଭାବିକ ହୋଇଥିଲା | ଏହି ସମୟରେ ବୋରିଗାଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପିଙ୍କି ଗୁପ୍ତା, ଘୋଡାଖୁଣ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଶିକ୍ଷକ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବେଣୁଧର ସୂତାର ଙ୍କ କବିତା କାମନା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

Sunil Chandra Nayak

ଲାଞ୍ଜିଗଡ ବ୍ଲକ ଗସ୍ତରେ ଜଳଶକ୍ତି ଅଭିଯାନର ନୋଡାଲ ଅଫିସର , ସାମିଲ ହେଲା ଜିଲ୍ଲା ଓ ବ୍ଲକ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!