ଗୋଳାମୁଣ୍ଡା/ମସିହା/
କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେରଗାଁର ଋଷି ଚନ୍ଦନ ୨୮ କର୍ଲାପଡାର ଲକ୍ଷ୍ମଣ ମାଝୀଙ୍କ ଘରର ଛାତ ପାଇଁ ରଡ୍ ବାନ୍ଧୁଥିବା ସମୟରେ ଘର ଉପରେ ଯାଇଥିବା ୧୧ ହଜାର କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ଅଚେତ ଅବସ୍ଥାରେ ପଡ଼ିଗଲେ ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚପୁରିଆକୁ ନେଥିଲେ । ଡାକ୍ତର ଋଷି ଚନ୍ଦନଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରିବାର ଲୋକେ କେଗାଁ ଥାନାରେ ଏତଲା ଦେଇଥିଲେ । ପୋଲିସ କେଶ୍ ଦର୍ଜ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ପଠାଯାଇଥିବା ସୁଚନା ମିଳିଛି। ମୃତକ ଶ୍ରମିକ ପରିବାରର ଜଣେ ମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ତାଙ୍କର ଏକ କୁନିଝୀଅ ଓ ସ୍ତ୍ରୀ ଅଛନ୍ତି । ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା,
next post