ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନରାଇଜର୍ସ କପ ଟ୍ବୋଣ୍ଟି ଟ୍ବୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ରାଉରକେଲା/ ରାଉରକେଲା ସେକ୍ଟର ୧୫ ସ୍ଥିତ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସନରାଇଜର୍ସ କ୍ଲବ ଓ ଉମିଦ୍ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରଥମ ସନରାଇଜର୍ସ କପ ଟ୍ବୋଣ୍ଟି ଟ୍ବୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେକ୍ଟର ୧୭ ସ୍ଥିତ ଟାଟା ପଡିଆ ଠାରେ ଉଦଘାଟନ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଏସଡିସିସି ବ୍ୟାଙ୍କ ନିର୍ଦ୍ଦେଶକ ହାଜି ଅବଦୁଲ ସଇଦ ସମ୍ମାନିତ ଅତିଥି ଭାବେ ବିଜେଡି ରାଜ୍ୟ ସଂଖ୍ୟାଲଘୁ ସେଲ ଉପସଭାପତି ଯଶବିନ୍ଦର ସିଂ ଗୋଲଡି, ପୂର୍ବତନ କାଉନସିଲର ଅଫରୋଜ଼ ଅହମଦ, ବିଜେଡି ଜ଼ିଲ୍ଲା ସଂଖ୍ୟାଲଘୁ ସଭାପତି ଖାଲିଦ ବିନ ଅଜ଼ୀଜ଼, ବିଜେଡି ସୁନ୍ଦରଗଡ ଜିଲ୍ଲା ଉପସଭାପତି ଅଶୋକ ମହାନ୍ତି,ପୂର୍ବତନ ସାଂସଦ ପ୍ରତିନିଧି ସୁଲତାନ ଖାନ, ଯୁବ ଉଦ୍ୟୋଗୀ ସଲିମ ଖାନ, ବିଜେଡି ୟୁନିଟ ସଭାପତି ଟିଙ୍କୁ ଖାନ, ଶୁଭେନ୍ଦୁ ଧଳ ସଂଖ୍ୟାଲଘୁ ଯୁବ ନେତା ଏମଡି ଇର୍ସାଦ, ଏମଡି ତସଲିମ, ଏମଡି ଫଏଜ଼ଲ, ଅରଫି ଖାନ,ଅମନ ଅଞ୍ଜୁମ,ପ୍ରମୁଖ ଯୋଗଦେଇଥିଲେ । ଆଜି ଆରୱାଇସିସି ଓ ଏମଏମସିସି ମଧ୍ୟରେ ପ୍ରଥମ ମ୍ୟାଚ ଖେଳା ଯାଇଥିଲା। ଏମ ଏମ ସି ସି ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୧୫୯ ରନ କରିଥିଲା। ଆରୱାଇସିସି ୧୭ ଓଭର ୫ ବଲ ରେ ୨ ୱିକେଟ ହରାଇ ୧୬୦ ରନ କରି ୮ ୱିକେଟ ରେ ମ୍ୟାଚ ଜିତିଥିଲା। ଆଲୋକ ପ୍ରଧାନ ୬୩ ରନ କରି ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ସୌମ୍ୟ ଲେଙ୍କା ବେଷ୍ଟ କ୍ୟାଚ ଧରି ୧୧୦୦ ଟଙ୍କା ପୁରସ୍କାର ପ୍ରାପ୍ତ ହୋଇଥଲେ। ଏହି ଟୁର୍ଣ୍ଣାମେଣ୍ଟ କୁ ସନରାଇଜର କ୍ଲବ ର ସଭାପତି ସମସେର ଆଲାମ ଖାନ ସାଧାରଣ ସମ୍ପାଦକ ସରବର ଆଜମ ଖାନ,ସଂଗଠନ ସମ୍ପାଦକ ନଇୟର ଆଜ଼ାମ ଖାନ, ସହଯୋଗୀ ସଦସ୍ୟ ସବୀର, ପ୍ରଦୀପ ସିଂ, ଶୁଭମ, ଭାରତ, ଛୋଟୁ, ୟାଶୀର, ଜିସାନ, କୈଫ, ତବରେଜ, ତୋକିର, ସମୀରଉଦିନ, ସାଜନ, ସାରେକ, ଜଏର, ଅଫସର, ସୋହେଲ, ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମ ପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

Sunil Chandra Nayak

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

Leave a Comment

error: Content is protected !!