ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା/ ବିଭୀଷଣ କୁହନ୍ତି

  ବିଭୀଷଣ କୁହନ୍ତି

 

                 ଅପର୍ତ୍ତି ସେଠୀ

ଶ୍ରୀଚରଣେ ତଳେ ଶରଣ ଦିଅହେ
     ଆହେ ରଘୁକୁଳ ସାଇଁ,
ଶପଥ କରୁଛି ମୁଁ ସତ୍ୟ କହୁଛି
     ମହୋଦଧି ଜଳ ଛୁଇଁ।
ଯଦି ତୁମଠାରେ କପଟ ମୋ ଥିବ
     କଳିରେ ବ୍ରାହ୍ମଣ ହେବି,
ନଚେତ୍ ବସିବି ରାଜଗାଦୀପରେ
    ( କିମ୍ବା)ବହୁ କୁଟୁମ୍ଵେ ଜନ୍ମିବି।
ପ୍ରଭୁ ଜାଣିଥିଲେ ଯେଣୁ ଏହା ଭେଦ
      ତାଙ୍କୁ ଯେ ଦେଲେ ଶରଣ,
କଳିର ପ୍ରଭାବ ରଘୁନନ୍ଦନଙ୍କୁ
       କହୁଛନ୍ତି ବିଭୀଷଣ।
ବିଷ୍ଣୁ ଭଜେ ଯେହୁ ସେ ଅଟେ ବୈଷ୍ଣବ
      ବ୍ରହ୍ମ ଜାଣେ ଯେ ବ୍ରାହ୍ମଣ,
ନୀତିନିୟମର ଉର୍ଦ୍ଧ୍ଵେ ରାଜନୀତି
      ପ୍ରଜାଙ୍କ ପାଇଁ ରାଜନ।
ବହୁତ କୁଟୁମ୍ବରେ ଖାଦ୍ୟର ସଙ୍କଟ
      ସ୍ଵାର୍ଥର ଅସତ୍ୟ ପଥେ,
କଳି ତକରାଳ ଗୁଣ୍ଡା ବଦମାସୀ
       ବନ୍ଧୁକ ଧରିବେ ହସ୍ତେ।
ପିଠିରେ ବ୍ଯାନର ଟାଙ୍ଗି ବୁଲୁଥିଲେ
       ବଡ କିଏ ହୁଏ ନାହିଁ,
ଜାତିରେ ଯବନ ସାଲବେଗ କିନ୍ତୁ
       ପ୍ରକୃତ ବ୍ରାହ୍ମଣ ସେହି।
ମଣିଷରେ ଭିନ୍ନ ନାହିଁ ବଡସାନ
      ସର୍ବେ ବିରାଜିତ ବ୍ରହ୍ମ,
ଶବରୀ ଅଇଁଠା କୋଳିର ସୁଆଦ
     ଚାଖିଲ ହେ ରଘୁରାଣ।
ବିଜ୍ଞାନୀ କୈବର୍ତ୍ତ୍ଯ ପାଦକଲା ଧୌତ
    ତାକୁ କଲ ଭକ୍ତ ଶ୍ରେଷ୍ଠ,
ଏଡେ ବଡ ପଣ ହେ ରଘୁନନ୍ଦନ
     ମୋତେ ଯେ ଦେଲ ଶରଣ।
ମୁଁ ହୀନ ପାମର ଦୈତ୍ୟ ଦୁରାଚାର
     ଦୁଷ୍ଟ ରାବଣ ସାନୁଜ,
କପଟକୁ‌ ତେଜି ପତିତପାବନ
    ଦୟାକଲ ଦେବରାଜ।
କୁହନ୍ତି ଠାକୁର ଶୁଣ ବିଭୀଷଣ
    ମୋର ଲୀଳା ସରିନାହିଁ,
ଦ୍ଵାପର ଯୁଗରେ ବିଦୂରର ଶାଗ
    ଭଜାକୁ ରହିଛି ଚାହିଁ।
ଦ୍ଵାପରର ଶେଷ କଳିର ଆଗତ
    ନୀଳମାଧବ ମୁଁ ହେବି,
ପୁଣି ବିଶ୍ଵାବସୁ ଶବର ରଜାର
    ହାତୁଁ ଭୋଗ ଖାଉଥିବି।
ଯେବେ ନୀଳାଚଳ ଯିବୁ ଦୁଇଭାଇ
    ଦାରୁବ୍ରହ୍ମ ହୋଇଥିବୁ,
ଶବର କୂଳକୁ ଦ‌ଇତାପତିର
    ମାନ୍ୟତା ଯେ ଦେଉଥିବୁ।
ଦାସିଆ ବାଉରୀ ନଡ଼ିଆକୁ ନେଇ
     ସରାଗେ ଖାଇବୁ ଆମ୍ଭେ,
ଭକ୍ତତିରେ‌ ବନ୍ଧା ଭାବକୁ ନିକଟ
     ଖ୍ୟାତି ବହି ଯୁଗେ ଯୁଗେ।
ଲକ୍ଷ୍ମୀଙ୍କୁ ପଠାଇ ଚାଣ୍ଡାଳୁଣି ଦ୍ଵାରେ
      ଅସ୍ପୃଶ୍ୟତା ନିବାରିବୁ,
ଯିଏ ମଣିଷଟି ଭିନ୍ନତା ଦେଖିବ
     କଳ୍କୀ ରୂପେ ସଂହାରିବୁ।
ଉତ୍କଳ ମଣ୍ଡଳେ ପୁଣ୍ଯ ନୀଳାଚଳେ
     ଖେଳାଲୀଳା ସାରି ହେଳେ,
ଶ୍ରୀତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାଠାରେ
      ଭେଟହେବ ସେତେବେଳେ।
ପ୍ରଭୁଙ୍କ ମୁଖରୁ ଶ୍ରୀବଚନ ଶୁଣି
      କହେ ଜ୍ଞାନୀ ବିଭୀଷଣ,
ଆପଣଙ୍କ ଘୋଷ ଯାତ୍ରାକୁ ହେ ପ୍ରଭୁ
      ହେବ ମୋର ଆଗମନ ।
ଏହି ବର ମୋତେ ଦିଅ ରଘୁନାଥ
      ଦାସଠାରେ ଦୟାକର,
ଜୀବନର ଶେଷ ଗୀତ ରାମନାମ
     ହେବ ସଂସାରରେ ସାର।

ପାଳକଣା‌, କୋରୋ‌, କେନ୍ଦ୍ରାପଡ଼ା

 

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ମାତୃରୂପିଣୀ ମା

କଲମପୁର ବ୍ଲକ ଅନ୍ତର୍ଗତ ତିନୋଟି ପେକ୍ସ ରେ ତିନି ଉପସଭାପତି ପଦ ପାଇଁ ଜଣେ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି

ଉଛୁଲା ଗାଁର ସୀମାନ ଶବର ବିଦ୍ଯୁତ ଆଘାତ ଘଟଣା ୨୫ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ମୂଖ୍ଯ ସଚ୍ଚିବଙ୍କୁ ନିର୍ଦ୍ଦେଶ ଦେଲେ ଜାତୀୟ ମାନବ ଅଧିକାର କମିଶନ

Sunil Chandra Nayak

Leave a Comment

error: Content is protected !!