ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶୀ ବନ୍ଧୁକ ମରାମତି ବେଳେ ଗୁଳି ଫୁଟି,5ଆହତ 

 ପାପଡାହାଣ୍ଡି ,30/11, ମନିସ :-ବନ୍ଧୁକ ମରାମତି ବେଳେ ଗୁଳି ଫୁଟି ଦେଶି ବନ୍ଧୁକ ମାଲିକ ସହ 5 ଜଣ ଆହତ ହୋଇଛନ୍ତି l ଆହତ ମାନେ ହେଲେ ପୂଜାରୀଗୁଡା ଗ୍ରାମର ବନ୍ଧୁକ ମାଲିକ ବୁଦୁ ମାଝୀ, ମୈଦଲପୁର ର ସବିତା ମାଳି, ବେତଝରଣ ର ଫୁଲରିଡା କଚିମ, ନୀଳାଦ୍ରିଗୁଡା ର ତୁଳସା ପୂଜାରୀ, ଡ଼ଙ୍ଗରିଗୁଡା ର ମୁକ୍ତା ଜାନି l ସମସ୍ତ ଙ୍କୁ ମୈଦଲପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି l ଖବର ପାଇ ମୈଦଲପୁର ପୋଲିସ ପହଂଚି ତଦନ୍ତ କରୁଛି l ସୂଚନା ଅନୁସାରେ, ବୁଦୁ ଙ୍କ ଦେଶି ବନ୍ଧୁକ କୁ ମୈଦଲପୁର ବନ ବିଭାଗ 2012ମସିହା ରେ ବାରହା ମାରିବା ଅଭିଯୋଗ ରେ ଜବତ କରିଥିଲା l ଆଜି ସେ କୋର୍ଟ ରୁ ଅଡର ଆଣି ବନ୍ଧୁକ ଓ ଗୁଳି ଥିବା ମୁଣି ସାଙ୍ଗରେ ନେଇ ଥିଲେ l ଆଜି ମୈଦଲପୁର ସାପ୍ତାହିକ ହାଟ ଚାଲୁଥିବା ବେଳେ ହାଟ ରେ ଥିବା ଏକ ହୋଲ ୱୟେଡିଂ ଦୋକାନ ରେ ମରାମତି କରୁଥିବା ସମୟରେ ହଠାତ ବନ୍ଧୁକ ରୁ ଗୁଳି ଫୁଟି ବନ୍ଧୁକ ମାଲିକ ସହ 5 ଜଣ ଆହତ ହୋଇଥିଲେ | 

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ସଚିନ ଦାସ ଙ୍କ କବିତା ସତ୍ୟର ହୋଇବ ଜୟ

Sunil Chandra Nayak

ଖଲିଆପାଲିରେ ଚୋରି ହେଲା ପ୍ରଧାନମନ୍ତ୍ରୀ ଆବାସ ଘର

Sunil Chandra Nayak

ସବୁକିଛି ତ୍ୟାଗ କରି ଯୋଗୀ ହୁଅ ଅର୍ଜୁନ

Sunil Chandra Nayak

Leave a Comment

error: Content is protected !!