ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପ୍ରଭୁ ଆସ ଥରେ ମୋଘର ଅଗଣା
    ଲିପା ପୋଛା ପରିଷ୍କାର
ସ୍ବାଗତ କରୁଛି ଭକ୍ତି ମନ ନେଇ
    ତୁମେ ମୋ ଆତ୍ମା ଠାକୁର।
ତୁମେ ଆସିଗଲେ ମୋମନ ପ୍ରଫୁଲ୍ଲ
   ଗୋଡ଼ ଲାଗୁ ନାହିଁ ତଳେ
ଦେହରେ ପଶୁଛି ଅନେକ ବଳହେ
    ପ୍ରଭୁ ବିଜେ ମୋ ଦେଉଳେ।
ଧୂପ ଦୀପ ଦେଇ ପୂଜା ବିଧି କରି
      ପ୍ରଭୁଙ୍କୁ କରେ ପ୍ରାର୍ଥନା
ଜଗତ ଦୁଃଖ କୁ ଦୂର କରି ଦିଅ
   ଘୁଞ୍ଚି ଯାଉ ଏ ଯନ୍ତ୍ରଣା ।
ସର୍ବ ବୁଧି ଦିଅ ସର୍ବ ଜନ ବ୍ୟକ୍ତି
    ହିଂସା ବାଦ ରାଗ ଛାଡ଼
ଉତ୍ତମ ସଭ୍ୟତା ଉତ୍ତମ ସଂସ୍କୃତି
       ସମାଜ ଚଳନ୍ତି ଗଢ।
ମଧୁର ସଂସାର ପରିବାର ସୁଖ
      ସର୍ବେ ମୁଖେ ହସଖୁସି
ସୁନ୍ଦର ଚଳନ୍ତି ସୁନ୍ଦର ଭାବନା
    ଧରିତ୍ରୀ ମୋ ବିଶ୍ବ ବାସୀ।
ସଭିଏଁ ପ୍ରାର୍ଥନା ବିଦ୍ୟା ମନ୍ତ୍ର ଜପ
     ବିଦାୟ ନେ ସର୍ବ ଦୁଃଖ
ପ୍ରଶାନ୍ତି ଦିଅନ୍ତୁ ସର୍ବ ଜନ ପ୍ରାଣୀ
     ସର୍ବ ମୁଖେ ଖେଳୁ ସୁଖ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଘୋଡ଼ା ଛାପ ଥିବା ବ୍ୟାପକ ନକଲି ଦେଶୀ ମଦ ପାଉଚ୍ ଜବତ ! ୩ ଗିରଫ ! ଗୋଟିଏ ବୋଲେରୋ ଜବତ

Sunil Chandra Nayak

ମାମି ପାତ୍ର ଙ୍କ ଗଳ୍ପ ଅକୁହା କଥା

Sunil Chandra Nayak

ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!