ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ଚଳିତ ବର୍ଷର ଶେଷ ଫଟୋ ପ୍ରତିଯୋଗିତା ଫଳାଫଳ

ବାଲେଶ୍ଵର,୦୨/୧୨/୨୨- ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଗତ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢି ଉଠିଛି ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” । ବିଭିନ୍ନ ସଦସ୍ୟା/ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଆଗେଇ ଚାଲିଛି ଅନୁଷ୍ଠାନ । ଗଦ୍ୟ ସାହିତ୍ୟର ବିକାଶ ପାଇଁ ପ୍ରତ୍ୟେକ ମାସ ଅନୁଷ୍ଠାନ ଦ୍ବାରା ବିଭିନ୍ନ ପ୍ରକାର ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଯଥା-ଗଳ୍ପ, ପ୍ରବନ୍ଧ, କବିତା ପ୍ରତିଯୋଗିତା ସହିତ ଓଡିଆ ସଂସ୍କୃତି, ଚାଲିଚଳଣୀ, ବେଶଭୂଷା ଇତ୍ୟାଦିକୁ ନେଇ ପ୍ରତ୍ୟେକ ମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ପ୍ରତ୍ୟେକ ମାସ ଫଟୋ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଚଳିତ ମାସ ଅର୍ଥାତ୍ ତା ୨୫/୧୨/୨୨ ରିଖ ରବିବାର ଦିନ ଅନୁଷ୍ଠିତ ହେଉଥିବା ୩ୟ ବାର୍ଷିକ ଉତ୍ସବରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯିବ ବୋଲି ସର୍ବଦା ଘୋଷଣା କରାଯାଇଛି । ତା ୦୧/୧୨/୨୨ ଗୁରୁବାର ଥିଲା ଚଳିତ ବର୍ଷର ଶେଷ ଫଟୋ ପ୍ରତିଯୋଗିତା । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଭାଗ ନେଇଥିଲେ । ଅନୁଷ୍ଠାନର ଆଜୀବନ ସଦସ୍ୟା ଓ ସମୀକ୍ଷିକା ସରସ୍ୱତୀ ପଣ୍ଡା, ଜିଲ୍ଲା-ଯାଜପୁର ଯିଏକି ଜଣେ ସୁ-ଗୃହିଣୀ, ସୁ-କବୟିତ୍ରୀ, ସୁ-ଲେଖିକା ସେ ବର୍ଷତମାମ ଫଟୋ, ଗଦ୍ୟ ଏବଂ ପଦ୍ଯକୁ ତନ୍ନତନ୍ନ ଭାବେ ସମୀକ୍ଷା କରି ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି । ମଝିରେ ମଝିରେ ତାନଶ୍ରୀ ପାଣିଗ୍ରାହୀ, ସୁଜାତା ଦାସ ମହାନ୍ତି, ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ରଶ୍ମିତା ପାତ୍ର ପ୍ରମୁଖ ସଦସ୍ୟା ମାନେ ସମୀକ୍ଷାରେ ସହଯୋଗ କରିଥିଲେ । ଆବଶ୍ୟକ ସ୍ଥଳେ ସଭାପତି ମୁଖ୍ୟ ସମୀକ୍ଷକ ଦାୟିତ୍ୱ ତୁଲାଇ ଥାଆନ୍ତି । ସମସ୍ତଙ୍କ ସ୍ନେହ, ଶ୍ରଦ୍ଧା, ସହଯୋଗ ଓ ଆଶୀର୍ବାଦକୁ ପାଥେୟ କରି ଗନ୍ତବ୍ଯ ପଥରେ ଆଗେଇ ଚାଲିଛି ମୋ ଅନୁଷ୍ଠାନ । ଅନୁଷ୍ଠାନର ସଭାପତି ସୁ-ସାହିତ୍ୟିକ ନାରାୟଣ ଚନ୍ଦ୍ର ସେନାପତିଙ୍କର ଅନୁଷ୍ଠାନ ପ୍ରତି ଥିବା ଅବଦାନ ଅବର୍ଣ୍ଣନୀୟ । ଉକ୍ତ ଫଳାଫଳରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କବିତା ସାହୁ, ଜୟପୁର, କୋରାପୁଟ, ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ସୁନନ୍ଦା ମହାନ୍ତି, ସାକ୍ଷୀଗୋପଳ, ପୁରୀ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, କର୍ଣ୍ଣାଟକର ପ୍ରତିଯୋଗୀ । ସମସ୍ତ ପ୍ରତିଯୋଗୀଙ୍କୁ ଶେଷ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ପ୍ରତ୍ୟେକ ମାସରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କ ସମେତ ଅଂଶ ଗ୍ରହଣ କରିଥିବା ଅନ୍ୟ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଯୋଗାଯୋଗ ନିମନ୍ତେ ଅନୁରୋଧ କରିଛନ୍ତି ସଂପାଦକ । ସମ୍ପାଦକଙ୍କ ଯୋଗାଯୋଗ ଓ ହ୍ବାର୍ଟଅପ୍ ନମ୍ବର – ୯୮୫୩୧୪୨୫୧୦

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

କଳାହାଣ୍ଡି ପ୍ରଫେସନାଲ ଫଟୋଗ୍ରାଫର ଏସୋସିଏସନ ର ବୈଠକ ଓ କର୍ମକର୍ତ୍ତା ମନୋନୟନ

Sunil Chandra Nayak

ପରିବହନ ମନ୍ତ୍ରୀଙ୍କୁ ଭେଟିଲା ଘରୋଇ ବସ୍‌ ମାଲିକ ସଂଘ, ଆଜି କାର୍ଯ୍ୟକାରିଣୀ ବୈଠକ ପରେ ଧର୍ମଘଟ ନେଇ ହେବ ନିଷ୍ପତ୍ତି

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ଶରଣ

Sunil Chandra Nayak

Leave a Comment

error: Content is protected !!