ଭବାନୀପାଟଣା: ମ.ନୀ.ସ:-ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟ ସୁଦ୍ଧା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୧ ଜଣଙ୍କ କରୋନା ପୋଜିଟିବ୍ ଚିହ୍ନଟ ହୋଇଥିବା ଜଣାପଡିଛି। ଏହିପରି ଗତ କାଲି ରାତିରେ ମଧ୍ୟ ୧ ଜଣ କରୋନା ପୋଜିଟିବ୍ ରିପୋର୍ଟ ରହିଥିଲା। ସେ ଅନୁସାରେ ଜିଲ୍ଲାରେ ୨୭୮୬୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ କରୋନା ପୋଜିଟିବ୍ ୧୧୮୪ ରହିଥିଲା। ସେଥିରୁ ୨୧୭ ଜଣ କରୋନା ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଯାଇଥିବା ଜଣାପଡିଛି।