ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ବାର୍ଷିକ ମହୋତ୍ସବ ଅନୁଷ୍ଠିତ

ଢେଙ୍କାନାଳ (ମସୀହା ନିଉଜ୍)୧୧/୧୨_ ହିନ୍ଦୋଳ ବ୍ଲକ ଦଣ୍ଡୀରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାପୁଆଡ୍ୟାମ ଠାରେ ଢେଙ୍କାନାଳ ଜିଲ୍ଲା ୱେବମିଡିଆ ସାମ୍ବାଦିକ ସଂଘର ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ , ମୁଖ୍ୟବକ୍ତା ଶ୍ରୀଯୁକ୍ତ ପ୍ରିୟରଞ୍ଜନ ମାହୁନ୍ତ , ସମ୍ମାନିତ ଅତିଥି ଭାବେ ରାସୋଳ ନଂ ୪ ଜୋନ୍ ର ଜିଲ୍ଲା ପରିଷଦ ସଦସ୍ୟା ଉର୍ମିଳା ବେହେରା, ଗଣେଶ୍ଵର କ୍ଲବ ଏବଂ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ଶ୍ରୀନିବାସ ମିଶ୍ର, ରାଜ୍ୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଏବଂ ଢେଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ଆଇନ୍ ପରାମର୍ଶଦାତା ଶ୍ରୀଯୁକ୍ତ ଶୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ। ଢେଙ୍କାନାଳ ଜିଲ୍ଲାର ୮ଟିବ୍ଲକର ସାମ୍ବାଦିକ, ସାମ୍ବାଦିକା ମାନେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ। ଏହି ମହୋତ୍ସବରେ ସଭାପତିତ୍ୱ କରିଥିଲେ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ଧବଳ ପ୍ରସାଦ ସାହୁ।ମଞ୍ଚ ସଂଯୋଜନା କରିଥିଲେ ସଂଘର ସମ୍ପାଦକ କିଶୋର ଚନ୍ଦ୍ରପାଳ। ମୁଖ୍ୟ ଅତିଥି, ମୂଖ୍ୟ ବକ୍ତା, ସମ୍ମାନୀତ ଅତିଥି ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ। ପରିଶେଷରେ ହିନ୍ଦୋଳ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗର ବ୍ୟକ୍ତିମାନଙ୍କୁ ନିଷ୍ଠାପର ଉଦ୍ୟମ, କାର୍ଯ୍ୟଦକ୍ଷତା, ଜ୍ଞାନକୌଶଳ, ସମାଜସେବା ଓ ଜନହିତକରକାର୍ଯ୍ୟ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।ହିନ୍ଦୋଳ ବ୍ଲକରେ ୨୦ ୨୧-୨୨ ବର୍ଷର ଦଶମ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖିଥିବା ହିନ୍ଦୋଳ ଉଚ୍ଚବିଦ୍ୟାଳୟ ର ସ୍ଥିତିପ୍ରଜ୍ଞା ମହାରଣା , ହିନ୍ଦୋଳ ବ୍ଲକର ବାଙ୍କିଡି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ଓ ଶ୍ରେଷ୍ଠ ଶିକ୍ଷକ ଭାବରେ ବାଙ୍କିଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅଭିରାମ ସାହୁ , ଶ୍ରେଷ୍ଠ ଆଶାକର୍ମୀ ଭାବେ୦୧ନଂ ଜୋନର ନୂଆଁଗାଁ ଗ୍ରାମପଞ୍ଚାୟତର ଭବାନୀ ଭୂତିଆ,୦୨ନଂ ଜୋନ୍ ର ହାତୁରା ଗ୍ରାମପଞ୍ଚାୟତ ର ମମତା ବେହେରା,୦୩ ଜୋନ୍ କାରନ୍ଦା ଗ୍ରାମପଞ୍ଚାୟତ ର ବିଦୁଲତା ବେହେରା , ୦୪ନଂ ଜୋନ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ର ପ୍ରତିମା ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଭାବେ ୦୧ ନଂ ଜୋନ୍ ଗାଲପଡା ଗ୍ରାମପଞ୍ଚାୟତ ର ସୈାଭାଗ୍ୟ ମହାଳିକ,୦୨ନଂ ଜୋନ୍ ହିନ୍ଦୋଳ ର ପଙ୍କଜିନୀ ପଣ୍ଡା , ୦୩ନଂ ଜୋନ୍ ବାବନ୍ଧ ଗ୍ରାମପଞ୍ଚାୟତ ଗୁଆଗରିଆର କୁନି ବେହେରା,୦୪ନଂ ଜୋନ୍ ଜରଡା ଗ୍ରାମପଞ୍ଚାୟତ ର ବିନତୀସାହୁ, କଳିଙ୍ଗା ଗ୍ରାମପଞ୍ଚାୟତ ର ସୁଧୀର କୁମାର ମିଶ୍ର, ଏବଂ ବମ୍ପା ଗ୍ରାମପଞ୍ଚାୟତର ବିଷ୍ଣୁ ପ୍ରିୟା ଗଡ଼ନାୟକ ଙ୍କୁ ସଫଳ ଚାଷୀ ଭାବେ ,ନୁଆଁଗାଁ ଗ୍ରାମପଞ୍ଚାୟତ ର ଓମ୍ ନମ୍ଃ ଶିବାୟ ସ୍ଵୟଂସହାୟକ ଗୋଷ୍ଠୀ କୁ ଶ୍ରେଷ୍ଠ ସ୍ବୟଂସହାୟକ ଗୋଷ୍ଠୀ ଭାବରେ ,ବିକ୍ରମ ସାହୁଙ୍କୁ ହିନ୍ଦୋଳ ର ଶ୍ରେଷ୍ଠ ସାମ୍ବାଦିକ, ଶତୃଘ୍ନ ନନ୍ଦଙ୍କୁ ଶ୍ରେଷ୍ଠ ବରିଷ୍ଠ ସାମ୍ବାଦିକ ଭାବରେ, ବାଙ୍କଟିଆ ଗଣେଶ୍ଵର କ୍ଲବକୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ସଂଙ୍ଗଠନ ଭାବେ , କଳିଙ୍ଗା ଗ୍ରାମପଞ୍ଚାୟତ ଗୁଳୁଗୁଣ୍ଡିର ପ୍ରଶାନ୍ତ କୁମାର ପତିଙ୍କୁ ଶ୍ରେଷ୍ଠ ପରିଷ୍କାର ପରିଚ୍ଛନ୍ନ ଓ ସ୍ଵଚ୍ଛତା ପାଇଁ ,ଦୁଦୁରକୋଟ ଗ୍ରାମପଞ୍ଚାୟତ ନନ୍ଦପୁରୁ ର ଗୋପବନ୍ଧୁ ବେହେରାଙ୍କୁ ଶ୍ରେଷ୍ଠ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।କଳିଙ୍ଗା ଗ୍ରାମପଞ୍ଚାୟତ ର ଅବସର ପ୍ରାପ୍ତ ରାଜ୍ୟ ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କୁ ଶ୍ରେଷ୍ଠ ବିଜ୍ଞାନ ଶିକ୍ଷକ ଭାବେ,ଗଣ୍ଡାନାଳୀ, କୁନୁଆଁ, ବୁହାଳିପାଳ,ନବକିଶୋରପୁର,ମାପୁର,ଦଣ୍ଡୀରୀ,ନୂଆବଗ,କନ୍ତାମିଲା,ହାତୁରା,ଗୁଳେହି,ନୂଆଁଗାଁ,ପାଟଲା,ଅସରଡ଼ା,ଠୋକର,କାରନ୍ଦା ଗ୍ରାମପଞ୍ଚାୟତ ର ସରପଂଚ ମାନଙ୍କୁ ଶ୍ରେଷ୍ଠସରପଞ୍ଚ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି, ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ବୃନ୍ଦ ଢେଙ୍କାନାଳ ଜିଲ୍ଲା ୱେବମିଡ଼ିଆ ସାମ୍ବାଦିକ ସଂଘର ଏତାଦୃଶ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ତତ୍ ସହ ସାପୁଆକୁ ଶ୍ରେଷ୍ଠ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବାପାଇଁ ଚେଷ୍ଟା ଜାରି ରଖିବାପାଇଁ ପ୍ରତିଶୃତି ଦେଇଛନ୍ତି।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅଵକାରୀ ବିଭାଗ ର ଚଢ଼ାଉ : ଜଣେ ଗିରଫ ଓ 1300 ଲିଟର ମଦ ପୋଚ ଓ 140 ଲିଟର ମଦ ନଷ୍ଟ କଲେ

Sunil Chandra Nayak

ମମତା ସାହୁ ଙ୍କ କବିତା ପହିଲି ରଜ

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

Leave a Comment

error: Content is protected !!