କଙ୍କଡାହାଡ଼ :-କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗାଁ ର ରଞ୍ଜନ ସ୍ୱାଇଁ (୪୦) ଦୁଇ ବର୍ଷ ହେଲାଣି ମେରୁଦଣ୍ଡ ଯକ୍ଷ୍ମା ରୋଗ ରେ ପୀଡିତ l ରୋଜଗାର କରି ପରିବାର ଚଳାଇବା ବୟସ ରେ ସେ ଶଯ୍ୟାଶାୟୀ l ଘରେ ତାଙ୍କର ଚାରିପ୍ରାଣୀ କୁଟୁମ୍ବ l ପତ୍ନୀ ଆରତୀ ସ୍ୱାଇଁ (୩୨)ବଡପୁଅ ପ୍ରିୟବ୍ରତ ସ୍ୱାଇଁ (୧୩)ସାନପୁଅ ରୋହନ ସ୍ୱାଇଁ (୬) l ରଞ୍ଜନ ଜଣେ ଦିନ ମଜୁରିଆ ହୋଇଥିବାରୁ ନିଜର ଉତ୍ତମ ଚିକିତ୍ସା କରାଇବା ତାଙ୍କ ପକ୍ଷ ରେ ସମ୍ଭବ ନୁହେଁ l ଘରେ ଦୁଇଓଳି ଦୁଇ ମୁଠା ଖାଇବା ପାଇଁ ତାଙ୍କ ପତ୍ନୀ ପର ଘରେ ମୁଲ ଲାଗୁଛନ୍ତି l ରଞ୍ଜନ ଙ୍କ ଚିକିତ୍ସା ପାଇଁ ପଇସା ଆଣିବେ ବା କୋଉଠୁ l ଜିଲ୍ଲା ପରିଷଦ ନବକିଶୋର ସାହୁ ଙ୍କ ର ଦୃଷ୍ଟି ଆକର୍ଷଣ ପରେ ରଞ୍ଜନ ଙ୍କ ଚିକିତ୍ସା ଲାଗି ବିରାସାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ଦଳ ରଞ୍ଜନ ଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ l ସେଠାର ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ଏସସିବି କୁ ସ୍ଥାନାନ୍ତର କରାଯାଇଛି l ଏହି ଖବର ଜିଲ୍ଲା ପରିଷଦ ସମାଜ ବିଏଚ୍ ଆର୍ ସି ର କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳ ଙ୍କୁ ଜଣାଇବାପରେ ଦୁଖବନ୍ଧୁ ବିଶ୍ୱାଳ ଙ୍କ ଅବଗତ ପରେ କଟକ ର ବିଶିଷ୍ଟ ସମାଜସେବୀକା ସବିତା ବେହେରା ଓ ବିଏଚଆରସି ର ଅନୁଗୋଳ ଜିଲ୍ଲା ସଭାପତି ଅମରେଶ ମିଶ୍ର ଓ କଟକ ଜିଲ୍ଲା ସଭୀ ପ୍ରଶ୍ନ ଗୁରୁ ପହଂଚି ଡାକ୍ତର ଙ୍କ ସହିତ ପରାମର୍ଶ କରିଛନ୍ତି l ଉତ୍ତମ ଚିକିତ୍ସା ଯୋଗାଇ ଦେବେ ବୋଲି ,ଏସ ସିବି,ମେଡିକାଲ କତ୍ତୃପକ୍ଷ କହିଛନ୍ତି, ଏପଟେ ମାତୃଭୂମି ଓଡିଶା ସଙ୍ଗଠନ ର ଅଧକ୍ଷ ଓ ସଭାପତି ଗୀତାଦାସ ମେଡିକାଲ ରେ ପହଂଚି ସହଯୋଗ ର ହାତ ବଢ଼ାଇଛନ୍ତି .।
ମାତୃଭୂମି ଓଡିଶା ସଙ୍ଗଠନ ଆର୍ଥିକ ସହଯୋଗ କରିଲେ ପଙ୍ଗାତିରା ଗ୍ରାମର ରଞ୍ଜନ ଙ୍କୁ କଟକ scb ମେଡ଼ିକାଲ ରେ ପହଂଚି
ମାତୃ ଭୂମି ଓଡ଼ିଶା ର ଅଧକ୍ଷା ବିଜୟନୀ ସାହୁ ଙ୍କ ତତ୍ୱାବଧାନ ରେ ଗୀତାଞ୍ଜଳି ଦାସ, ପ୍ରକାଶ ଚନ୍ଦ୍ର ସାହୁ, ପ୍ରଦ୍ୟୁମ୍ନ ହରିଚନ୍ଦନ ଏବଂ ଖଗେଶ୍ୱର ସ୍ୱାଇଁ scb ମେଡିକାଲ ରେ ପହଞ୍ଚି ଆର୍ଥିକ ସହାୟତା ସହଯୋଗ କରିଥିଲେ, ମାତୃଭୂମି ଓଡ଼ିଶାର ଏହିପରି ସେବା କାର୍ଯ୍ୟ ଦେଖି ରଞ୍ଜନ ଙ୍କ ପରିବାର ସାଧୁବାଦ ଜଣାଇଛନ୍ତି ।