କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଉଦେଶ୍ରୁଙ୍ଗ ରେ ଆଜି ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି । . ଏହାକୁ ସ୍ଥାନୀୟ ସରପଞ୍ଚ ନାରାୟଣ ଅଘରିଆ ଉଦଘାଟନ କରିଥିବା ଦେଖିବାକୁ ମିଳିଥିଲା .। ଏହି ଅବସରରେ ଅନୁଷ୍ଠିତ କଳାହାଣ୍ଡି ଲୋକସଭା ସାଂସଦ ଙ୍କ ଗୋଲାମୁଣ୍ଡା ବ୍ଲକ ରୋଗୀ କଲ୍ୟାଣ ସମିତି ପ୍ରତିନିଧି ଶ୍ୟାମ ସୁନ୍ଦର ଅଗ୍ରୱାଲ, ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ଏବଂ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ସାପ୍ତାହିକ ବଜାର ଉଦଘାଟିତ ହୋଇଯାଇଛି। . ଆଖ ପାଖରେ ସାପ୍ତାହିକ ବଜାର ନ ଥିବାରୁ ଲୋକେ ଦୂର ଦୁରାନ୍ତ କୁ ବଜାର କରିବାକୁ ଯାଇ ହଇରାଣ ହେଉଥିଲେ.। 2017 ମସିହାରୁ ଉଦେଶୃଙ୍ଗ ଠାରେ ନୂତନ ବଜାର କରିବା ପାଇଁ ଆଲୋଚନା ହେଉଥିବା ବେଳେ ଆଜି ଉଦେଶୃଙ୍ଗ ଠାରେ ଏକ ନୂତନ ବଜାର ନିର୍ମାଣ କରାଯାଇଥିବା ସରପଞ୍ଚ ପ୍ରତିନିଧି ପ୍ରକାଶ କରିଥିଲେ.।
previous post