ତେନ୍ତୁଳିଖୁଣ୍ଟି ୧୭/୧୨/୨୨ ତେନ୍ତୁଳିଖୁଣ୍ଟି ପଂଚାୟତ ସମିତି ର ସ୍ୱତନ୍ତ୍ର ସମିତି ବୈଠକ ଆଜି ଆହୁତ ହୋଇଥିଲା କିନ୍ତୁ ବୈଠକ ରେ ବ୍ଲକ ଅଧ୍ୟକ୍ଷା, ବିଡ଼ିଓ ତଥା ଲାଇନ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତି ଯୋଗୁଁ ଆରମ୍ଭରୁ ହିଁ ସଭ୍ୟ ସଭ୍ୟା ମାନେ ବିରକ୍ତି ପ୍ରକାଶ କରି ବୈଠକ ବର୍ଜନ କରିଥିଲେ। ପ୍ରତ୍ୟେକ ମାସରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହେଉ ନଥିବା ସ୍ଥଳେ ଛ ମାସରେ ଥରେ ହେଉଥିବା ବୈଠକ କୁ ମଧ୍ୟ ବ୍ଲକ ପ୍ରଶାସନ ,ବ୍ଲକ ର ବିଭିନ୍ନ ବିଭାଗର ଅଧିକାରୀ ଲାଇନ ବିଭାଗ ଅଧିକାରୀ ନଜର ଅନ୍ଦାଜ କରି ବୈଠକ କୁ ନ ଆସିବା ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥାକୁ କୁଠାର ଘାତ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ମଞ୍ଚା ଗାଁ ସମିତି ସଭ୍ୟ କହିଥିଲେ। ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରଧାନୀ କହିଥିଲେ ମାସକୁ ଥରେ ତ ଠିକରେ ବୈଠକ ଡକାଯାଉନି ସେଥିରେ ପୁଣି ସ୍ୱତନ୍ତ୍ର ବୈଠକ କୁ ଲାଇନ ବିଭାଗ ଅଧିକାରୀ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା ଙ୍କ ଅନୁପସ୍ଥିତି ଚିନ୍ତାଜନକ। ଯଦି କାର୍ଯ୍ୟବ୍ୟସ୍ତତା ଥିଲା ଅବା ଅଧ୍ୟକ୍ଷା ଙ୍କ ଶାରୀରିକ ଅସୁସ୍ଥତା ଥିଲା ବୈଠକ କାହିଁକି ଆହ୍ୱାନ କରାଗଲା ? ସାତ ଦିନ ଆଗରୁ ବିଜ୍ଞପ୍ତି ତ ଦିଆଯାଇନି ବୈଠକ ରେ ବିଡ଼ିଓ ଓ ଅଧ୍ୟକ୍ଷା ଙ୍କ ଅନୁପସ୍ଥିତ ହେବାର ଥିଲା ତ ବୈଠକ ଘୁଞ୍ଚାଯାଇପାରନ୍ତା ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଡମ୍ବରୁ ଭତ୍ରା ଉଲ୍ଲେଖ କରିଥିଲେ। ଆଜିର ବୈଠକ ରେ ଦାରିଦ୍ର୍ୟମୁକ୍ତ,ଉନ୍ନତ ଜୀବିକା ଗ୍ରାମ ସୃଷ୍ଟି କରିବା ,ସୁସ୍ଥ ପଂଚାୟତ, ସୁସ୍ଥ ନିରାମୟ ଗ୍ରାମ କରିବା, ଶିଶୁ ପ୍ରିୟ ଗ୍ରାମପଞ୍ଚାୟତ ,ପ୍ରଯ୍ୟାପ୍ତ ଜଳ ଥିବା ଗ୍ରାମ ସ୍ବଛ ସବୁଜ ଗ୍ରାମ ,ଆତ୍ମ ନିର୍ଭରଶୀଳ ଭିତ୍ତି ଭୂମି ଥିବା ଗ୍ରାମ,ସାମାଜିକ ସ୍ତରରେ ସୁରକ୍ଷିତ ଗାଁ ,ସୁଶାସନ ଯୁକ୍ତ ଗ୍ରାମ ,ମହିଳା ଅନୁକୂଳ ଗ୍ରାମପଂଚାୟତ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପାଇଁ ଆଜିର ବୈଠକ ଆହ୍ୱାନ ହୋଇଥିଲା କଣ ଏଭଳି ଅଧିକାରୀ ଙ୍କ ଅନୁପସ୍ଥିତିରେ ବୈଠକରେ କାର୍ଯ୍ୟଖସଡା ପ୍ରସ୍ତୁତ ହେବକି ବୋଲି ସମିତି ସଭ୍ୟ ସୁକାନ୍ତି ମହାନ୍ତି ,ସୁଧୀର ଖୁରା ମଧୁସ୍ମିତା ପାଣିଗ୍ରାହୀ ,ବିନୋଦିନି ସିଂ ପ୍ରମୂଖ ମତ ରଖିଥିଲେ। ବୈଠକରେ ଉପସ୍ଥିତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ପଂଚାୟତ ପ୍ରତିନିଧି ଙ୍କୁ ଗୁରୁତ୍ୱ ନ ଦେଇ ଅଫିସର ରାଜ୍ ଚାଲିଛି ନା ପଞ୍ଚାୟତିରାଜ ବ୍ୟବସ୍ଥା କେବଳ ନାମମାତ୍ର ବୋଲି ମତବ୍ୟକ୍ତ କରିଥିଲେ । ନ ରୁ ଦଶ ମାସ ହେବ କାର୍ଯ୍ୟ ଭାର ନେଇ ଅଥଚ ଜନତା ଙ୍କ ହିତଦାୟୀ ପଦକ୍ଷେପ ନେଇପାରିନୁ ବାଧକ ଅଧିକାରୀ ବୋଲି କହିଥିଲେ ସରପଞ୍ଚ ଅନାଦି ମାଝୀ, ପ୍ରମିଳା ମୁଦୁଲି, କିଶୋର ନାୟକ ପ୍ରମୁଖ। ଶେଷରେ ବୈଠକ କୁ ବର୍ଜନ କରିଥିଲେ ଉପସ୍ଥିତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ସମୂହ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି