ତେନ୍ତୁଳିଖୁଣ୍ଟି ୧୭/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ଓ ମିନି ଅଙ୍ଗନବାଡି କର୍ମୀଙ୍କ ସହ ଅଲ ଓଡିଶା ଅଙ୍ଗନବାଡ଼ି ଲେଡିସ ୱାର୍କର ଆସୋସିଏସନ ଦ୍ଵାରା ଦୀର୍ଘ ପଚିଶ ଦିନ ହେବ ରାଜ୍ୟବ୍ୟାପି କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ବ୍ଲକୱାରି ଧାରଣା ରେ ଜିଲ୍ଲା ସ୍ତରରେ ବସୁଛନ୍ତି। ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ଅଙ୍ଗନବାଡି ବସିଥିବା ଧାରଣା ସ୍ଥଳରେ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି , ପି ସି ସି ସଭ୍ୟ ତଥା ପାତ୍ର ପୁଟ ସମିତି ସଭ୍ୟ ଦିଲିପ ପ୍ରଧାନୀ, ତେନ୍ତୁଳିିଖୁଣ୍ଟି ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ ,ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ , ସୁନୀଲ ସିଂ ପ୍ରମୂଖ କଂଗ୍ରେସ ଦଳର ନେତୃ ମଣ୍ଡଳୀ ସେମାନଙ୍କ ଆଠ ଦଫା ଦାବୀ କୁ ସମର୍ଥନ ଜଣାଇଥିଲେ। ଅଙ୍ଗନବାଡି ଆସୋସିଏସନ ର ଆଠ ଦଫା ଦାବି ଯଥାର୍ଥ ଏହାକୁ ପୂରଣ କରିବାରେ ରାଜ୍ୟ ସରକାର ଙ୍କ ଟାଳ ଟୁଳନୀତି କୁ ନିନ୍ଦା କରିବା ସହ ଦାବୀ ପୂରଣ ରେ ଦଳ ସବୁ ପ୍ରକାର ସହଯୋଗ କରିବା ପ୍ରତିଶ୍ରୁତି ଦେଇଥିଲେ। ଦାବିପୂରଣ ନକରି ସେମାନଙ୍କ ଆନ୍ଦୋଳନ କୁ ଭଣ୍ଡୁର କରିବାକୁ ପ୍ରଶାସନ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ୱାର୍ଡ ମେମ୍ବର,ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କୁ ଛତୁଆ ବଣ୍ଟନ କରାଯିବା କେତେଦୂର ଯୁକ୍ତିଯୁକ୍ତ ? ଯେଉଁ ଦାୟିତ୍ୱ ଅଙ୍ଗନବାଡି କର୍ମୀମାନେ ବର୍ଷତମାମ କରି ଆସୁଛନ୍ତି ସେ ସବୁ କାର୍ଯ୍ୟ ଗୁଡିକୁ ମଧ୍ୟ ଉକ୍ତ ବ୍ୟକ୍ତି ବା କର୍ମଚାରୀ କରିପାରିବେ କି? ପ୍ରାକ ବିଦ୍ୟାଳୟ ଶିକ୍ଷା ତଥା ସୁଷମ ଖାଦ୍ୟ ପ୍ରଦାନ ବନ୍ଦ ହୋଇ ଦୀର୍ଘ ଦିନ ବିତିଗଲା ସରକାର ନିରବ ଦ୍ରଷ୍ଟା ସାଜିିବା ନିନ୍ଦନୀୟ ବୋଲି ଭୀମସେନ ପାଣିଗ୍ରାହୀ ମତ ରଖିଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ସଭା ନେତ୍ରୀ ହେମଲତା ନାୟକ,କାମକଳା ନାୟକ,ବିଳାସିନୀ ସୁନା,ପ୍ରଭାତୀ ହରିଜନ,ଖଗେଶ୍ୱରୀ ମୁଦଲି,ମୁକ୍ତା ନାୟକ ,ସୁବାସିନୀ ମିର୍ଗନ ଓ ସମସ୍ତ ସହାୟିକା ଉପସ୍ଥିତ ଥିଲେ ।
ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି