ନୂଆପଡା/ ,ଏକତରଫା ପ୍ରେମ କରି ସଂପର୍କୀୟ ଶାଳୀଙ୍କୁ ଅପହରଣ କରୁଥିବା ଅଭିଯୋଗରେ ଭିଣୋଇ ଓ ସଂପୃକ୍ତ ଗାଡ଼ି ଚାଳକଙ୍କୁ କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୁଲିସ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଶୁକ୍ରବାର ଦିନ ତୁକୁଲା କଲେଜରେ ଯୁକ୍ତ ତିନି ଦିତୀୟ ବର୍ଷର ଛାତ୍ରୀ କଲେଜରୁ ପରୀକ୍ଷା ସରିବା ପରେ ଘରକୁ ଯିବା ସମୟରେ ତୁକୁଲା ଗ୍ରାମ ପୋଖରୀ ଠାରୁ ଯୁବତୀଙ୍କ (୨୦) ସମ୍ପର୍କୀୟ ଭିଣୋଇ ଖଡ଼ିଆଳ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଶିଶୁପାଳ ଜୁଏଡ଼ ଓ ସହଯୋଗ କରିଥିବା ଡ୍ରାଇଭର ବସନ୍ତ ମେହେର ଓଡ଼ି ୨୬ ଇ ୭୯୧୬ ଗାଡି ଯୋଗେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଚାନ୍ଦୋତରା ଗ୍ରାମ ଆଡକୁ ନେଉଥିବା ବେଳେ ଯୁବତୀ ଜଣକ ପାଟି କରିବାରୁ ଗ୍ରାମବାସୀ ଆସି ଗାଡି ସହିତ ତିନି ଜଣଙ୍କୁ ଅଟକ ରଖିଥିବା ବେଳେ ସିନ୍ଧେକେଲା ପୁଲିସ ଗ୍ରାମବାସୀଙ୍କ ଠାରୁ ଉଦ୍ଧାର କରି ରଖିଥିବା ବେଳେ ଖଡ଼ିଆଳ ପୁଲିସ ସିନ୍ଧେକେଲା ଥାନାରୁ ଖଡ଼ିଆଳ ଆଣିଥିଲେ। ପୁଲିସର ସୂଚନା ଅନୁସାରେ ସମ୍ପର୍କୀୟ ଭିଣୋଇ ଶିଶୁପାଳ ଜୁଏଡ଼ ୨୦୧୭ ମସିହାରେ ସେହି ବହଲପଦର ଗ୍ରାମରେ ବିବାହ କରିଥିଲେ । ପରେ ତାଙ୍କ ସମ୍ପର୍କୀୟ ଶଶୁରଙ୍କ କଲେଜ ପଢୁଆ ଝିଅକୁ ଏକ ତରଫା ପ୍ରେମbକରୁଥିଲେ । ବାପା ମହେନ୍ଦ୍ର ଠେଲାଙ୍କ ଅଭିଯୋଗ ଭିତ୍ତିକରି ୫୩୦/୨୨ ମାମଲା ରୁଜୁ କରି ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇ ଓ ଗାଡି ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ପ୍ରକାଶ କରିଛନ୍ତି ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ