ଜୁନାଗଡ଼,୧୭/୧୨(ମ ନି ସ) ଜୁନାଗଡ଼ ସ୍ଥିତ ଚମଳିଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ହାଇସ୍କୁଲ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ଅଧକ୍ଷ୍ୟା ପ୍ରିୟମଞ୍ଜରୀ ପଣ୍ଡା ଙ୍କ ସଭା ପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏବଂ ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ।ଏହି କ୍ରୀଡା ପ୍ରତିଯୋଗିତାରେ ୧୦୦ଓ ୨୦୦ ମିଟର ରନ ,ଡିସ୍କସ ଥରୋ,ଜେବ୍ଲିନ,ଲଂବା ଡ଼ିଆ ,ପ୍ରଭୃତି ପ୍ରତିଯୋଗିତା ହୋଇଥିଲା। ପ୍ରତିଯୋଗିତାରେ ସାନିୟା ନାଏକ,ତୁଳସୀ ମାଝୀ,ଯମୁନା ମାଝୀ,ପଂଚାଲି ପଟେଲ,ଉସସି ଗଉଡ଼ ପ୍ରମୁଖ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ। କ୍ରୀଡା ଶିକ୍ଷକ ଦୁର୍ଗା ସିଂ ଏହି ପ୍ରତିଯୋଗୀତାକୁ ପରିଚାଳନା କରିଥିଲେ। ବିଭିନ୍ନ ଦିନରେ ନଗରପାଳ ମୁକେଶ ଅଗ୍ରୱାଲ, ଉପଧକ୍ଷ୍ୟା ହିମାଦ୍ରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ପୁରସ୍କୃତ କରି ଉତ୍ସ।ହିତ କରିଥିଲେ।ବିଦ୍ୟାଳୟର ଅଧ୍ୟାପକ ବିଶ୍ଵପତି ମୁଣ୍ଡ,ରୁଦ୍ର ନାରାୟନ ବେହେରା, ଚନ୍ଦ୍ରଚୁଡା ବେହେରା, ଏବଂ କର୍ମଚାରୀ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
previous post