ଟେମରି (ମ.ନି.ସ) ୨୧/୧୨:- ସରକାରଙ୍କ ମିଶନ ଶକ୍ତି ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ନାରୀ ସଶକ୍ତି କରଣ ଓ ସ୍ଵଭାବଲମ୍ବି କରିବାରେ ମୂଖ୍ୟ ଭୂମିକା ଗ୍ରହଣ କରିଛି। ଘର କୋଣରେ ସୀମିତ ହୋଇ ରହିଥିବା ନାରୀ ଆଜି ସମାଜରେ ରାଜନୀତି, ଅର୍ଥନୀତି, କୃଷି, ସାମାଜିକ, ଶିକ୍ଷା, ସ୍ବାସ୍ଥ୍ୟ, ବ୍ୟବସାୟିକ ତଥା ପ୍ରଯୁକ୍ତି ବିଜ୍ଞାନ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ଭାଗ ନେଇ ଓଡ଼ିଶା ନାରୀର ଗୌରବ ମଣ୍ଡିତ କରୁଛି । ଓଡିଶା ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ଯୋଜନାଗୁଡିକରେ ଆଜି ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜି ଭାରତ ବର୍ଷରେ ଓଡିଶାର ନାରୀ ରାଷ୍ଟ୍ରପତି ମହାମହିମ ଦ୍ରୁପଦୀ ମୂର୍ମୁଙ୍କ ପରି ନାରୀ ସର୍ବଶ୍ରେଷ୍ଠ ହୋଇ ପାରିଛନ୍ତି। ମିଶନ ଶକ୍ତି ଜରିଆରେ ଓଡ଼ିଶାରେ କୃଷି, ଗୋପାଳନ, କୁକୁଡା ଚାଷ, ମାଛ ଚାଷ, ମହୁ ଚାଷ, ଖଲିଦନା ତିଆରି, ଧୂପ କାଠି ତିଆରି, ପିଡ଼ିଏଫ ଚାଉଳ ବଣ୍ଟନ, ମଧ୍ୟାହ୍ନ ଭୋଜନ ପରିଚାଳନା, ବିଭିନ୍ନ ପ୍ରକାର ପନିପରିବା ଚାଷ ଆଦି ଅନ୍ୟାନ୍ୟ କ୍ଷେତ୍ରରେ ଗୋଲାମୁଣ୍ଡା ବ୍ଲକର ସ୍ଵଂୟ ସହାୟକ ଗୋଷ୍ଠୀ ମହିଳାମାନେ ଆଗୁଆ ରହୁଥିବା ଦେଖାଯାଉଛି । ସେମାନଙ୍କର ଆର୍ଥିକ କ୍ଷେତ୍ରରେ ସୁଦୃଢ କରିବାକୁ ପାଇଁ ଋଣମେଳାର ଆୟୋଜନ କରାଯାଉଛି । ଗୋଲାମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଗୃହରେ ଆଜି ଋଣମେଳାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବରେ ବ୍ଲକ ବିଡିଓ ଶ୍ରୀଧର ପଣ୍ଡା ଯୋଗ ଦେଇ ଅଭିଭାଷଣ ଦେଇଥିଲେ । ଏଥିରେ ମିଶନ ଶକ୍ତି ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ସୁଧାଂଶୁ ଶେଖର ବିଶ୍ଵାଳ, ବ୍ଲକ ଜୀବିକା ସଂଯୋଜକ ଅଜୟ ମାଝୀ, ଯଦୁନନ୍ଦ ମେହେର, ସିଡିପିଓ ପ୍ରେମଲତା ସାହୁ, ସୁପରଭାଇଜର ଯଶୋବନ୍ତି ନାଏକ, ଅଲିଭା ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ପୁରୁଷୋତ୍ତମ ରାଉତ ତଥା ଏହି ଅଂଚଳର ଛ’ ଗୋଟି ବ୍ୟାଙ୍କର ମ୍ୟାନେଜର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ଗ୍ରାମଗୁଡିକରେ ଥିବା ଅନେକ ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରାଯାଇଛି ।
ଜଗଜ୍ଜୀବନ ସା ଙ୍କ ରିପୋର୍ଟ