କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ କଳାକାର ଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କଲେ
କଳାହାଣ୍ଡି ଜିଲ୍ଲାର ବାଦ୍ୟକାର ପ୍ରଦୀପ କୁମାର ସିଂହ ୨୦୨୨ ବର୍ଷ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନିତ ହୋଇଥିବାରୁ କଳାହାଣ୍ଡି ଜିଲ୍ଲାପାଳ ଆଇଏଏସ ପି.ଅନ୍ୱେଷା ରେଡ୍ଡୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଗତକାଲି ଭବାନୀପାଟଣା ସ୍ଥିତ ଓସ୍ୱାନ୍ ହଲ୍ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉପଲକ୍ଷେ ସାଂସ୍କୃତିକ ଉପ କମିଟି ର ଏକ ବୈଠକରେ ଜିଲ୍ଲାପାଳ ଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଉକ୍ତ ବୈଠକ ରେ ସିଡିଓ /ଇଓ, ଜିଲ୍ଲା ପରିଷଦ କଳାହାଣ୍ଡି ଆଇଏଏସ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ଧର୍ମଗଡ ଉପଜିଲ୍ଲାପାଳ ଆଇଏଏସ ବେଦ ଭୂଷଣ, ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ,ଜିଲ୍ଲା ସଂସ୍କୃତି ଅଧିକାରି ଅର୍ପିତା ବେହେରା,ଭବାନୀପାଟଣା ସାଂସ୍କୃତିକ ଉପକମିଟିର ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡା, ସଞ୍ଜୀବ କୁମାର ସିଂହ, ଧର୍ମଗଡ ମଞ୍ଚ ପରିଚାଳନା ଓ ସାଂସ୍କୃତିକ ଉପକମିଟିର ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର, ସଭ୍ୟ ସଞ୍ଜୀବ କୁମାର ମୁଣ୍ଡ ଓ କୋର୍ କମିଟି ସଭ୍ୟ ତଥା ପ୍ରଣାମ କଳାହାଣ୍ଡିର ଉପ କମିଟିର ଅଧ୍ୟକ୍ଷ ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ,କଳାହାଣ୍ଡି ର ଦୁଇ କଳାକାର ୨୦୨୨ ବର୍ଷ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି। ଗତ ୧୯ ତାରିଖ ଦିନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା , ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ଵିନୀ ପାତ୍ର,ଅତିରିକ୍ତ ଶାସନ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଆଇଏଏସ, ଓଡ଼ିଶା ଭାଷା ସଂସ୍କତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ,ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଅଧ୍ୟାକ୍ଷା ପଦ୍ମଶ୍ରୀ ଅରୁଣା ମହାନ୍ତି, ମନ୍ମଥ ଶତପଥୀ,ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଙ୍କ ଉପସ୍ଥିତି ରେ କଳାହାଣ୍ଡିର ବିଶିଷ୍ଟ ଲୋକ ବାଦ୍ୟକାର ପ୍ରଦୀପ କୁମାର ସିଂହ ଏବଂ ଯୁବ ଗୀତିକାର ନିଲାଞ୍ଚଳ ପାନ ଙ୍କୁ ପୁରସ୍କୃତ କରିଥିଲେ। ଲୋକ ସଙ୍ଗୀତ ବାଦ୍ୟକାର ପ୍ରଦୀପ କୁମାର ସିଂହ ଭବାନୀପାଟଣା ସ୍ଥିତ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଜାତୀୟ ସ୍ତରରେ ବିଭିନ୍ନ ସ୍ଥାନରେ ଯୋଗଦେଇ ସୁନାମ ଅର୍ଜନ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ଚାଇନା, ରୁଷିଆ, ଦୁବାଇ ରେ ବାଦ୍ୟକାର ଭାବେ ସୁନାମ ଅର୍ଜନ କରି କଳାହାଣ୍ଡି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି। ୨୦୨୨ ବର୍ଷ ପାଇଁ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତାଙ୍କୁ ଦୁଇ ଲକ୍ଷ ଟଙ୍କାର ଚେକ୍ ସହ ମାନପତ୍ର ଓ ଉପଢ଼ୌକନ ଦେଇ ତାଙ୍କୁ ପୁରସ୍କୃତ କରାଯାଇଥିଲା।କଳାହାଣ୍ଡି ଜିଲ୍ଲାପାଳ ଆଇଏଏସ, ପି.ଅନ୍ୱେଷା ରେଡ୍ଡୀ ବାଦ୍ୟକାର ପ୍ରଦୀପ କୁମାର ସିଂହ ଙ୍କୁ ସମ୍ବର୍ଦ୍ଧିତ କରି ପ୍ରଂଶସା କରିଥିଲେ।