ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ ସହ ଦାବୀ ପାତ୍ର ପ୍ରଦାନ
ଧର୍ମଗଡ:୨୨/୧୨/୨୨: ଭାରତୀୟ ଜନତା ପାର୍ଟି ରାଜ୍ୟ ର ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟ ର ସମସ୍ତ ଉପଖଣ୍ଡ ରେ ଆଜି ମଣ୍ଡି କୁ ଚାଲ ଅଭିଯାନ ଆରମ୍ଭ ହୋଇଛି । ଏହି ପରି ପେକ୍ଷି ରେ ଧର୍ମଗଡ ଭାଜପା ପକ୍ଷ ରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରାଯିବା ସହ ରଜ୍ୟ ପାଳ ଙ୍କ ଉଦ୍ଦେଶ୍ୟ ରେ ଉପ ଜିଲ୍ଲାପାଳ ବେଦ ଭୂଷଣ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ମଣ୍ଡି ରେ ଲାଗି ରହିଥିବା ଅବ୍ୟବସ୍ଥା ର ସମାଧାନ, କଟନି ଛଟନି ବନ୍ଦ ହେବା,ଚାଷୀ ଙ୍କ ଟୋକନ ଲେପସ ହେବା ପୂର୍ବ ରୁ ଧାନ ଉଠାଣ, ଚାଷୀ ଙ୍କୁ ଧାନ କ୍ଵିଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ପ୍ରଦାନ ଆଦି ଦାବୀ ନେଇ ଏହି ଘେରାଉ କରାଯାଇ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଭାଜପା ପକ୍ଷ ରୁ ଲକ୍ଷ୍ମୀକାନ୍ତ ବାଗ ଙ୍କ ନେତୃତ୍ୱ ରେ ଏଥିରେ ସର୍ବଶ୍ରୀ ଅପ୍ରେସ ସ୍ୱାଇ ,ହିମାଂଶୁ ପଣ୍ଡା.ମନୀନ୍ଦ୍ର ଭୂଷଣ ପାତ୍ର, ଘନ ଅଗ୍ରୱାଲ, ଚନ୍ଦନ ପାତ୍ର, ଜଗତ ରାମ ସାହୁ.ଲକ୍ଷ୍ମଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।