ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଉମାକାନ୍ତ ଦାସ ଙ୍କ କବିତା ହେଜ ହେ ସୁମନ

ହେଜ ହେ ସୁମନ

ଉମାକାନ୍ତ ଦାସ

ଜୀବନ ଉଦ୍ଯାନେ ଫୁଟେ କେତେ ଫୁଲ
ଫୁଟେ ପୁଣି କେତେ କଢି,
କେ ବାସ ଚହଟେ ନ ଦେଖି କିରଣ
ଗଛୁ ଯାଏ କିଏ ଝଡି।।
ଜନନୀ ଜଠରୁ ଆସିଥିଲା ଯେବେ
ଦେଇଥିଲା ରାଆ ରଡି,
ରାମ ନାମ ନେଇ ସମାଜ କଲ୍ଯାଣେ
ଉଠିବ ସେ ପୁଣି ଭିଡି ।।
ଶୈଶବୁ କିଶୋର ହେଲା ପରେ ତାକୁ
ଯୌବନ ବସିଲା ମାଡି,
ଧନ ଉପାର୍ଜନେ କାମିନୀ କାଞ୍ଚନେ
ଗଲା ଦିବାରାତ୍ର ପଡ଼ି ।।
ଭୟ ନ କରିଲା ଧରମ କରମ
କୁକର୍ମେ ରହିଲା ବୁଡି,
ମୋର ମୋର କହି ଲାଳାୟିତ ହୋଇ
ଜନ୍ମ କଥା ଗଲା ହୁଡି ।।
ଭୁଲି ରାମ ଶବ୍ଦ କଲା ଧରା ମରା
ଜୀବ ଜନ୍ତୁ ଖାଏ ମୋଡି,
ଠକେଇ ଭଣ୍ଡେଇ ନିଜେ ଧନୀ ହୋଇ
ପ୍ରଭାବିତେ ଗଲା ଯୋଡ଼ି ।।
ଆସିଲା ସେ ବେଳ ହେଲା ଚାରିକାଳ
ହୋଇଲେ ସେ ବୁଢ଼ା ବୁଢ଼ୀ,
ଅର୍ଜିତ ଧନକୁ ପୁଅ ବୋହୂ ଖାଇ
ଦେଲେ ଆଶ୍ରମରେ ଛାଡି ।।
ସେ କାଳରେ ଯେତେ ହରି ନାମ ନେଲେ
ପାପ ଧରିଥିବ ଭିଡି,
ତେଣୁ ହେ ସୁମନ ହେଜ ମୋ ବଚନ
ବେଳୁ ଧର ଧର୍ମ ଧଡି ।।

ଲାଲବାଗ,ଖାନନଗର,

ମଙ୍ଗଳ ପୁର, ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା = ହେ ଚାଷୀ ଭାଇ !

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା // ଜାଗର

Sunil Chandra Nayak

କବିତା ଦାଶ ଙ୍କ କବିତା  l l l ଅଭିନନ୍ଦନ l l l

Sunil Chandra Nayak

Leave a Comment

error: Content is protected !!