ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ରତିନାରାୟଣ ରାଉତ ଙ୍କ କବିତା l l ଶ୍ରୀଜଗନ୍ନାଥ l l

  l l l ଶ୍ରୀଜଗନ୍ନାଥ l l l

ଶିରିକ୍ଷେତ୍ର ଧାମ ଶଙ୍ଖକ୍ଷେତ୍ର ନାମ
     ଚାରିଧାମେ ଶ୍ରେଷ୍ଠ ଅଟେ
ଦାରୁବ୍ରହ୍ମ ରୂପେ ପୂର୍ଣ୍ଣବ୍ରହ୍ମ ସେହି
      ବିରାଜିତ ସବୁ ଘଟେ ॥
ଗଦା ପଦ୍ମ ଚକ୍ର ଶଙ୍ଖ ଶୋଭେ ହସ୍ତେ
      ରତନବେଦୀ ଉପର
ଭାଇ ହଳଧର ସୁଭଦ୍ରା ଭଉଣୀ
       ବସିଛନ୍ତି ସାଥେ ତାର ॥
ଭୂଦେବୀ ଶ୍ରୀଦେବୀ ମଦନ ମୋହନ
       ସାଥେ ବିଜେ ସୁଦର୍ଶନ
ତା ଚକା ଆଖିରେ ଜଗତ ଦେଖୁଛି
       ପରଖି ଭକତଜନ ॥
ନୀଳଚକ୍ରେ ତାର ପତିତ ପାବନ
       ଡାକଇ ଆସ ପତିତ
ଉଦ୍ଧାର କରିବା ନିମନ୍ତେ ବସିଛି
       ବାହୁ ମେଲି ଦୁଇହାତ ॥
ବଡ଼ଦାଣ୍ଡେ ଯାତ ବଡ଼ ତା ଦେଉଳ
        ବଡ଼ପଣ୍ଡା ପୂଜେ ତାର
ସବୁ ତାର ବଡ଼ ବିଶ୍ଵର ଠାକୁର
        ନାହିଁ ପାତର ଅନ୍ତର ॥
ଜଗନ୍ନାଥ ଦେଶ ଓଡ଼ିଶା ପ୍ରଦେଶ
        ବିଶ୍ଵରେ ବିଖ୍ୟାତ ନାମ
ଓଡ଼ିଆ ଜାତିର ଆରାଧ୍ୟ ଦେବତା
       ଜଗନ୍ନାଥ ପୂର୍ଣ୍ଣବ୍ରହ୍ମ ॥

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ତୁମେ କହିଥିଲ ଆସିବ

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା // କଅଁଳ ଖରା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା // ମୁକ୍ତିଦ୍ଵାର

Sunil Chandra Nayak

Leave a Comment

error: Content is protected !!