Uncategorizedବନଲକ୍ଷ୍ମୀ ମହାନ୍ତି ଙ୍କ କବିତା l l l ସ୍ବପ୍ନ l l l by Sunil Chandra NayakDecember 26, 2022December 26, 2022088 Share0 l l l ସ୍ବପ୍ନ l l l ସ୍ବପ୍ନ ଦେଖିବାଟା ମନୁଷ୍ୟ ପ୍ରବୃତି କେତେ ସପନ ଦେଖଇ ସବୁ ସପନ ତା ପୁରା ହୁଏ ନାହିଁ କିଛି ଯାଏ ଅଧା ରହି।। ସପନ ସାର୍ଥକ କରିବାକୁ ହେଲେ ପରିଶ୍ରମ ଲୋଡା ହୁଏ ସତ୍ୟ ପଥେ ବାଟ ଚାଲୁଥିଲେ ସଦା ସପନ ସାକାର ହୁଏ।। ଉତ୍ତମ କର୍ତ୍ତବ୍ୟ ଓ ନିଷ୍ଠା ବଳରେ ପହଞ୍ଚେ ଲକ୍ଷ ସ୍ଥଳରେ ସପନ ତାହାର ପୁରଣ ହୁଅଇ ଯଶ ରଖଇ ମହୀରେ।। ଆଉ ଏକ ସ୍ବପ୍ନ ରାତ୍ରିରେ ଆସଇ ନିଦ୍ରା ଯେବେ ଘାରିଥାଏ ସପନ ରାଇଜେ ଘୁରିବୁଲି କେତେ ଆନନ୍ଦ ସେଥିରୁ ପାଏ।। କେବେ ଚାନ୍ଦ ଦେଶେ ବୁଲିଯାଏ ସିଏ ତାରା ଗହଣରେ ଖେଳେ କେବେ ପକ୍ଷୀରରାଜ ଘୋଡା ଚଢି ପୁଣି ଜହ୍ନ ରାଇଜରେ ବୁଲେ।। କେବେ ଆସିଥାଏ ନିଦ୍ରାରେ ଦୁଃସ୍ବପ୍ନ ଭୟଭୀତ ତାକୁ କରେ ସପନକୁ ସତ ମଣି ଦେଇ ସିଏ ପାଟି କରେ ଉଚ୍ଚ ସ୍ୱରେ।। କୁଆଁରୀଟି ସଦା ସପନ ଦେଖଇ ଭଲ ଘର ଭଲ ବର ନାନା ଓଷା ବ୍ରତ କରିଥାଏ ପୁଣି ପାଇବାକୁ ଭଲ ବର।। ବୋହୂଟିଏ ଯେବେ ଶାଶୁ ଘର ଯାଏ କେତେ ସପନକୁ ନେଇ ଶାଶୁ ଘରେ ଯେବେ ନିର୍ଯ୍ୟାତନା ପାଏ ସ୍ବପ୍ନ ଯାଏ ଚୁନା ହୋଇ।। ପିତା ମାତା କେତେ ସପନ ଦେଖନ୍ତି ନିଜ ସନ୍ତାନକୁ ନେଇ ସେ ସନ୍ତାନ ଯେବେ ଆଘାତ ଦିଅଇ ସବୁ ସ୍ବପ୍ନ ଭାଙ୍ଗିଥାଇ।। ଗଢିବାକୁ ଦେଶେ ରାମ ରାଇଜକୁ ଗାନ୍ଧିଜୀଙ୍କ ସ୍ବପ୍ନ ଥଲା ଆଜି କିନ୍ତୁ ଏଠି ରାବଣଙ୍କ ଭିଡ ସ୍ବପ୍ନ ଅଧା ରହିଗଲା।। ବନଲକ୍ଷ୍ମୀ ମହାନ୍ତି ନଡିଆବରାଇ କେନ୍ଦ୍ରାପଡ଼ା ।।