ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା // ଗାଁ ରେ ଶୀତ ଦିନ

ଗାଁ ରେ ଶୀତ ଦିନ

ସୁରେଶ ଚନ୍ଦ୍ର ପାଢୀ

ଆସ ଭାଇ ଆମେ ଗାଁ କୁ ଯିବା
ଆସିଛି ଶୀତ ସଭିଏଁ ମଜା ନେବା
ଶୀତର ଆସର ସେଠି ଜମିବ ନୀତି
ଚା ସାଥେ ଜମିବ ଆମ ଗୁଲି ଖଟି
ମଉସା ମାଉସୀ ଖରା କୁ ଦେଖି ବସିବେ
ଶୀତୁଆ ସକାଳ ରେ ଖରା ର ମଜା ନେବେ
ସଂଜ ହେଲେ ନିଆଁ ଜାଳି ସଭିଏଁ ଆସିବେ
କେତେ ଦୁଃଖ ସୁଖ ଏକାଠି ହୋଇ 
କହିବେ
କୋଇଲି ର କୁହୁ କୁହୁ ସ୍ୱର ମନ ମୋହି ନେବ
ସବୁଜ ବନାନୀ ରେ ପ୍ରକୃତି ସୁନ୍ଦର ଲାଗିବ
ଖୁଦ ଜାଉ ମା ମାନେ ରାନ୍ଧି ପରସି ଦେବେ
ପୋଡ଼ ପିଠା ବି ଶୀତୁଆ ସକାଳେ କରିବେ
ପହିଲି ଭୋଗ ଭୋର ସକାଳୁ ଠାକୁର ଙ୍କୁ ଲାଗି ହୋଇବ
ସେ ଭୋଗ ଏକ ମାସ ଯାଏଁ ଗାଁ ରେ ମିଳିବ
ଗୋଧୂଳି ବେଳା ରେ ଦେହରେ ଶୀତ ବସ୍ତ୍ର ରଖିବା
ଶୀତୁଆ ରାତି ରେ ଗାଁ ରେ ଏକାଠି ରହିବା
ପୋଖରୀ ଜଳ କେତେ ଥଣ୍ଡା ଲାଗୁଥିବ
ତଥାପି ସ୍ନାନ ସାରି ମନ ପୂଜା ରେ ଲାଗିବ
ଗେଣ୍ଡୁ ସେବତି କେତେ ଫୁଲେ ପ୍ରଜାପତି ବସିବ
ସେ ଦୃଶ୍ୟ ଆହାଃ କି ମନ ଲୋଭା ହୋଇବ

ବୁଗୁଡ଼ା, ଗଞ୍ଜାମ 

Related posts

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

Sunil Chandra Nayak

ରଞ୍ଜିତା ପତି ଙ୍କ କବିତା l l l ଶୀତ l l l

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା = ହେ ଚାଷୀ ଭାଇ !

Sunil Chandra Nayak

Leave a Comment

error: Content is protected !!