ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଜନରଞ୍ଜନପ୍ରଧାନ ଙ୍କ କବିତା // ତୁମେ ମୋ ଆଖିର ସତ ସପନ

ତୁମେ ମୋ ଆଖିର ସତ ସପନ

ସାତ ଦରିଆ ର ସାତ ସିନ୍ଧୁକ ରେ ତୁମେ ମୋ ସତ ସପନ
ଆଖି ପଲକରେ ତୁମ ଛବି ଆଙ୍କେ ତୁମେ ମୋ ହୃଦ ସ୍ପନ୍ଦନ।
ତୁମେ ନୀଳମଣି ଅନାଦି ଅନନ୍ତ ନାହିଁ ତୁମ ଆଦି ଅନ୍ତ
କିଏ ସେ କହିବ ତୁମର କାହାଣୀ ତୁମେ ଜଗତର ନାଥ।
ରାଣୀ ଯଶୋବତୀ କେତେ ଭାଗ୍ୟବତୀ ଦେଖାଇଲ ବିଶ୍ଵରୂପ
କୋଳରେ ଧରି ସେ କ୍ଷୀର ପିଆଇଲା ପୁତନା କରିଲ ନାଶ।
ଆଖି ଖୋଲିଦେଲେ ତୁମ ଛବି ଦେଖେ ଆଖି ବୁଜି ଦେଲେ ତୁମେ
କାନରେ ବାଜୁଛି ତୁମରି ନାମଟି ରହି ପାରୁ ନାହିଁ କ୍ଷଣେ।
କୁବୁଜାକୁ କଲ ଅନିନ୍ଦ୍ୟ ସୁନ୍ଦରୀ ଚନ୍ଦନ ଦେଲା ଲଗାଇ
ଅହଲ୍ୟା ପାଷାଣୀ ନାରୀ ହୋଇଗଲା କେତେ ଭାଗ୍ୟବତୀ ସେହି।
ମୁଁ କଣ ହୋଇଛି ତୁମ ପ୍ରିୟ ସଖା ଖୁଦ ଭଜା ଖୁଆଇବି
ଶବରୁଣୀ ହୋଇ ବନ ଫଳମୂଳ ଉଚ୍ଛିଷ୍ଟ ଭୁଞ୍ଜାଇ ଦେବି।
ନାପିତୁଣୀ ମୋତେ କରିଦିଅ ପ୍ରଭୁ ଅଳତା ପିନ୍ଧାଇ ଦେବି
ମାଲିଆଣୀ ମୋତେ କରିଦିଅ ପ୍ରଭୁ ନିତି ଫୁଲ ଗୁନ୍ଥୁଥିବି।
ତୁମେ ମୋ ଆଖିର ସତ ସପନ ହେ ତୁଣ୍ଡେ ଜପେ ତୁମ ନାମ
ସିଂହ ଦୁଆରରୁ ମୋ କୋକେଇ ଯିବ ଶୁଭୁଥିବ ହରେକୃଷ୍ଣ।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା = ରେଳ ଦୁର୍ଘଟଣା

ନନ୍ଦିନୀ ରାଉତ ଙ୍କ କବିତା = ମୋ ନିକିମାମାର ଜନ୍ମଦିନ ପାଇଁ

Sunil Chandra Nayak

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

Leave a Comment

error: Content is protected !!