ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଜଙ୍ଗ ବ୍ଲକରେ ଅଳକା ଆଶ୍ରମର ଶତବାର୍ଷିକ ସମାରୋହ ପାଳିତ

କୁଜଙ୍ଗ :-ବଣମଲ୍ଲୀର ମହକକୁ କିଏ ବା ନଜର ପକେଇବ ? ମାତ୍ର ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ରୀତିରେ କେତେକ ସାମାଜିକ ଅନୁଷ୍ଠାନ ଲୁକାୟିତ ଗୁଣାବଳୀକୁ ଲୋକଲୋଚନ କୁ ଆଣିବାକୁ ପ୍ରୟାସ ଜାରି ରଖିଛନ୍ତି ! ସେଥି ମଧ୍ୟରୁ ଅଳକା ଆଶ୍ରମ ର ଚିନ୍ତାଧାରା ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରି ପାରିଛି ! ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧୀନ କୁଜଙ୍ଗ ମହାବିଦ୍ୟାଳୟ ପରିସରରେ ଅଳକା ଆଶ୍ରମ ଶତ ବାର୍ଷିକ ସମାରୋହ ପାଳନ ଓ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମକୁ କୁଜଙ୍ଗ ମହା ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ବେହେରା ଉଦ୍ଘାଟନ କରିଥିବା ବେଳେ ଅଳକା ଆଶ୍ରମ ଶତବାର୍ଷିକ ସମାରୋହର ସମସ୍ତ କମିଟି, ରାଜ୍ୟ ସଭ୍ୟସଭ୍ୟା ଓ କୁଜଙ୍ଗ ମଣ୍ଡଳ ସଂଯୋଜିତା ସ୍ନେହମୟୀ ଆଚାର୍ଯ୍ୟ, ରଶ୍ମିତା ନାୟକ, ପ୍ରେମଳତା ବାରିକ, ପ୍ରଭାସ ଚନ୍ଦ୍ର ସ୍ୱାଇଁ ଦେଶର ସ୍ୱାଧୀନତାରେ ଅଳକା ଆଶ୍ରମର ଅତୁଳନୀୟ ଐତିହାସିକ ଅବଦାନ ବିଷୟରେ ମତ ପ୍ରକାଶ କରିଥିଲେ ! କୁଜଙ୍ଗ ବ୍ଲକର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିତର୍କ, ପ୍ରବନ୍ଧ, ଦେଶାତ୍ମବୋଧ ସଂଗୀତ, ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ କରାଯାଇଥିଲା ! ସମସ୍ତ କାର୍ଯ୍ୟକ୍ରମକୁ କୁଜଙ୍ଗ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପରିଚାଳନାରେ ସହାୟତା କରିଥିବାର ଦେଖିବାକୁ ମିଳିଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା .

Related posts

ସୁର ତରଙ୍ଗର ମାସିକ ସଙ୍ଗୀତ କାର୍ଯକ୍ରମ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଶ୍ରେଷ୍ଠ ଜିଲ୍ଲା ସମ୍ମାନ  ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସମ୍ମାନିତ ହେବେ ଶ୍ରୀ ଛତ୍ରପତି ସାହୁ 

Sunil Chandra Nayak

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

masiha

Leave a Comment

error: Content is protected !!