ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ପୁନର୍ଗଠିତ

ତେନ୍ତୁଳିଖୁଣ୍ଟି ୧୨/୦୧/୨୩ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ମିଳିତ ହୋଇ ଏକ ବୈଠକ କରିଥିଲେ। କିଛି ବର୍ଷ ମଧ୍ୟରେ ବ୍ଲକରେ କାର୍ଯ୍ୟରତ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରାୟତଃ ବଦଳି ଗଲେଣି, ଏଣୁ ପୁରୁଣା ବ୍ଲକ ପି ଇ ଓ ସଂଘ ର ପୁନର୍ଗଠନ ର ଆବଶ୍ୟକତା ରହିଛି ବୋଲି ସର୍ବସମ୍ମତ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ପ୍ରତାପ ରୁଦ୍ର ଷଡ଼ଙ୍ଗୀ ,ସମ୍ପାଦକ ଭାବେ ଅମିତ କୁମାର ଭୂଷଣ, କୋଷାଧ୍ୟକ୍ଷ ଭାବେ। ଚୈତନ୍ୟ ନାୟକ କାର୍ଯ୍ୟକାରିଣୀ କମିଟି ରେ ମୋହନ ଗୌଡ଼ ,ଏ ପି ଚେଟି, ଓ ପୂର୍ଣ ଚନ୍ଦ୍ର ସାହୁ ଙ୍କୁ ମନୋନୀତ କରାଯାଇଥିଲା। ଉପଦେଷ୍ଟା ଭାବେ ଜଗନ୍ନାଥ ମେଲକା ଙ୍କୁ ସର୍ବ ସମ୍ମତିକ୍ରମେ ଚୟନ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତ ରେ ପି ଇ ଓ ନଥିବା ବେଳେ ଜଣେ ଜଣେ ପି ଇ ଓ ଙ୍କୁ ଦୁଇ ରୁ ଉର୍ଦ୍ଧ୍ବ ମାନଙ୍କ ପଂଚାୟତ ର ଦାୟିତ୍ୱ ଦିଆଯାଉଛି, କାର୍ଯ୍ୟ ପରିସର ଅଧିକ ଥିବା ବେଳେ ଏଣେ ସାମାନ୍ୟ ଭୁଲ ପାଇଁ ଜନତା ତଥା ଅଧିକାରୀ ଙ୍କ ଆକ୍ରୋଶ ର ଶିକାର ହେବାକୁ ପଡୁଛି। ଏଣୁ ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତ ରେ ପିଇଓ ନିଯୁକ୍ତି ଦେବାକୁ ସଂଘ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ଏତଦ୍ଭିନ୍ନ ପି ଇ ଓ ମାନେ ନିଜ ଚାକିରୀ କାଳରେ ସାମ୍ନା କରୁଥିବା ସମସ୍ୟା ତଥା ଚାକିରୀ ସୁରକ୍ଷା ଓ ଜୀବନ ସୁରକ୍ଷା ପାଇଁ ସଂଘ ରାଜ୍ୟ ସରକାରଙ୍କ ପାଖରେ ଦାବୀ ରଖିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପୁଷ୍ଟି ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ ନେଇ ତାଲିମ୍ କାର୍ଯ୍ୟକ୍ରମ 

Sunil Chandra Nayak

ରାଷ୍ଟ୍ରୀୟ ସର୍ବଶ୍ରେଷ୍ଠ ଗୁରୁ ଓ ଶିଶୁ କଳାକାର ସମ୍ମାନ 

masiha

ମୃତକ ଉଜ୍ଜଳ ବରିହା ପରିବାରକୁ ଭେଟିଲା ଆଦିବାସୀ ସଂଘ-ଥାନାଧିକାରୀଙ୍କୁ ଭେଟି ଅପରାଧୀ ମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବୀ ଜଣେଇଲା 

masiha

Leave a Comment

error: Content is protected !!