ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

 କୁଜଙ୍ଗ :- ବାଲିଘର ଫାଉଣ୍ଡେସନ ଓ ବାଲିଘର ଶିଶୁପତ୍ରିକା ର ତେତିଶତମ ବାର୍ଷିକଉତ୍ସବ ଜଗତସିଂହପୁର ଜିଲ୍ଲାର,କୁଜଙ୍ଗ ବ୍ଲକ ଅଧୀନ ରାହାମା ପଣ୍ଡୁଆ ପଞ୍ଚାୟତ ଅଧିନ ମୁଣ୍ଡିଦା ଗ୍ରାମରେ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି !ଏହି ଉପଲକ୍ଷେ ସଭାର ପୂର୍ବଦିନ ରକ୍ତଦାନ ଶିବିର କରାଯାଇଥିଲା , ଆୟୋଜିତ ସାରସ୍ୱତ ସମ୍ମେଳନ ର ପ୍ରଥମ ଅଧିବେଶନ ରେ କବିତା ପାଠୋତ୍ସବ ରେ ଗାୟକ ଶେଖର ଜଗନ୍ନାଥ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ , ବହୂ କବି, କବୟତ୍ରୀ ମାନେ ସ୍ୱରଚିତ କବିତା ପାଠକରିଥିଲେ ! ଦ୍ୱିତୀୟ ଅଧିବେଶନ ରେ ଅନୁଷ୍ଠାନର ସଭାପତି ଅଜୟ କୁମାର ବେହେରା ସଭାପତିତ୍ବ କରିଥିଲେ ! ମୁଖ୍ୟଅତିଥି ପ୍ରଫେସର ଶାନ୍ତନୁ ଆଚାର୍ଯ୍ୟ କହିଲେ ଯେ ବେଦ ଉପନିଷଦ ରୁ ଭାରତୀୟ ସାହିତ୍ୟ ର ସୃଷ୍ଟି ହୋଇଛି , ବିଶିଷ୍ଟ ଶିଶୁ ସାହିତ୍ୟିକ ଦାସ ବେନୁହୁର ମୋବାଇଲଫୋନ ଓ ଇଣ୍ଟରନେଟ ର ବହୁଳ ବ୍ୟବହାର ଯୋଗୁଁ ଶିଶୁମାନେ ସାହିତ୍ୟଠାରୁ ଦୁରେଇ ଯାଉଥିବାବେଳେ ଅତ୍ୟାଧୁନିକ ସଭ୍ୟତା ରେ ପିଲାମାନେ ପ୍ରକୃତି ପରମ୍ପରା ଓ ପରିବେଶ ଠାରୁ ଦୁରେଇ ଯାଉଥିବାରୁ ଉଦବେଗ ପ୍ରକାଶ କରିଥିଲେ !, ବଶିଷ୍ଟ ଅତିଥି ସାହିତ୍ୟିକ ବିଜୟ ମଲ୍ଲ ସୁଲେଖିକା ଛନ୍ଦା ମିଶ୍ର, ଶିକ୍ଷାବିତ ଚନ୍ଦ୍ରକାନ୍ତ ପଣ୍ଡା, ଶିଶୁ ସାହିତ୍ୟିକ ବଂକିମ ଚନ୍ଦ୍ର ନାୟକ ଓ କବି ପିତାମ୍ବର ତରାଇ ପ୍ରମୁଖ ନିଜ ନିଜ ବକ୍ତ୍ବବ୍ୟ ରେ ସାହିତ୍ୟର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରି, ବାଲିଘର ଫାଉଣ୍ଡେସନ ର ଅଧକ୍ଷ ତଥା ବାଲିଘର ପତ୍ରିକା ର ସମ୍ପାଦକ କୈଳାଶ ଚନ୍ଦ୍ର ସ୍ବାଇଁ ଙ୍କର କ୍ରାନ୍ତିକାରୀ ସାରସ୍ୱତ ସାଧନା ଓ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ !ଏହି ଅବସରରେ ଶାନ୍ତନୁ ଆଚାର୍ଯ୍ୟ ଙ୍କୁ ଚଳିତବର୍ଷ ର ବାଲିଘର ସାହିତ୍ୟ ସମ୍ମାନ,ଔପାନାସିକ ଭାଗିରଥି ଦାସ ଙ୍କୁ ଔପନାସିକ ସମ୍ମାନ, ଅଙ୍ଗୁରବାଳା ପରିଡା ଙ୍କୁ କବିତାସମ୍ମାନ, ଅଧ୍ୟାପକ ଜଗନମୋହନ ସାହୁଙ୍କୁ ପ୍ରବନ୍ଧସମ୍ମାନ, ନୃସିଂହ ତରାଇ ଙ୍କୁ ଯୁବପ୍ରତିଭା ସମ୍ମାନ, ଗୀତିକାର ବାବାଜୀ ଚରଣ ଜେନା ଙ୍କୁ ଗୀତିକବି ସମ୍ମାନ ପ୍ରଦାନ କରାଯାଇ ଥିବାବେଳେ, ନାଟ୍ୟକାର କୈଳାଶ ମଲ୍ଲିକ,ସାରଳା ସାହିତ୍ୟ ସଂସ୍କୃତି ଓ ମହିମାପ୍ରଚାରକ ରମାକାନ୍ତ ରାଉଳ, କବି ବସନ୍ତ କୁମାର ବାରିକ, ଓ ଗୀତା ଦାସ ଙ୍କୁ ମଧ୍ୟ ବାଲିଘର ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଏହି ସମସ୍ତ କାର୍ଯ୍ୟକ୍ରମ କୁ ଡକ୍ଟର ସଂଗ୍ରାମକେଶରୀ ସ୍ବାଇଁ, ସଂଗଠନ ସମ୍ପାଦକ ଅମରଜ୍ୟୋତି ସାହୁ ଭଞ୍ଜକିଶୋର ବେଉରା,ଉଲ୍ଲାସ ସ୍ବାଇଁ, ଅରୁଣା ଦାସ ଓ ସ୍ୱପ୍ନିତା ସ୍ବାଇଁ ପ୍ରମୁଖ ପରିଚାଳନା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା !ପରିଶେଷରେ କବି ବିଜୟ ଖଟେଇ ଧନ୍ୟବାଦ ଅର୍ପଣ କରିଥିଲେ ! ଗ୍ରାମାଞ୍ଚଳରେ ଏହି ଅନନ୍ୟ ପ୍ରତିଭାଙ୍କୁ ସମ୍ମାନିତ କରିଥିବାରୁ ଫାଉଣ୍ଡେସନ ନିଜକୁ ଧନ୍ୟ ମଣିଥିବାର ଦେଖିବାକୁ ମିଳିଥିଲା।

 କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା 

Related posts

ଦକ୍ଷିଣି ଶୌଣ୍ଢିକ ସାଂସ୍କୃତିକ ମହାସଂଘ,କଳାହାଣ୍ଡି ଓ ଟିଟଲାଗଡ ସବ ଡିଭିଜନ ଜିଲ୍ଲା କମିଟିର ଏକ ସାଧାରଣ ବୈଠକ ସାମାଜିକ ଏକତା ଓ ସଂଘଠନ ସୁଦୃଢ଼ ପାଇଁ ଆହ୍ଵାନ..

masiha

ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

Sunil Chandra Nayak

ପରିବେଶ ସୁରକ୍ଷା ପାଇଁ କନ୍ୟାକୁମାରୀ ରୁ ଭୋପାଳ ସାଇକଲ ଯାତ୍ରା

Sunil Chandra Nayak

Leave a Comment

error: Content is protected !!