ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପବିତ୍ର ବୁକ୍ସ ଏଡୁକେସନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ

ଢେଙ୍କାନାଳ( ମ ସୀ ହା ) ୧୬/୦୧/୨୩_ରଥଗଡ଼ା ସ୍ଥିତ ଏଲଆଇସି ଅଫିସ ସମ୍ମୁଖରେ ଥିବା ବୁକ୍ସ ଆଣ୍ଡ ବୁକ୍ସ ଆବାସିକ ଶିକ୍ଷାନୁଷ୍ଠାନ ତରଫରୁ ଏକ ଟାଲେଣ୍ଟ ସର୍ଚ୍ଚ ମେଧା ଅନ୍ୱେଷଣ ପରୀକ୍ଷା ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଥିଲା ।ଏହି ଉପଲକ୍ଷେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ସଭାପତିତ୍ବ କରିଥିଲେ ବରିଷ୍ଠ ଅଧ୍ୟାପକ ପବିତ୍ର ମୋହନ ମହାପାତ୍ର ।ମୁଖ୍ୟ ଅତିଥି ଭାବେ ବରିଷ୍ଠ ଓଡ଼ିଆ ଅଧ୍ୟାପକ ସୁବାସ ଚନ୍ଦ୍ର ମହାରଣା ଯୋଗଦାନ କରି ଛାତ୍ରୀ ଛାତ୍ର ମାନଙ୍କୁ ଉଦବୋଧନ ଦେଇ “ନିରନ୍ତନ ଚେଷ୍ଟା ହିଁ ସମସ୍ତ ସଫଳତାର ଚାବିକାଠି ବୋଲି ବର୍ଣ୍ଣନା କରି ଅବିରତ ଉଦ୍ୟମ ଅବ୍ୟାହତ ରଖିବାକୁ ଦୃଢ଼ ଆହ୍ଵାନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା. ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ” ଭବିଷ୍ୟତ ପାଇଁ ସ୍ଵପ୍ନ ଦେଖି , ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ତାହାକୁ ସାକାର କରିବାକୁ ଅବିଶ୍ରାନ୍ତ ଚେଷ୍ଟା କଲେ ହିଁ ସଫଳତା ନିଶ୍ଚିତ ହାସଲ କରାଯାଇ ପାରିବ”ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି “ସଂସ୍କୃତ ଭାଷା ଅଧ୍ୟୟନ ଓ ଦୈନନ୍ଦିନ ଜୀବନରେ ତାହାର ପ୍ରୟୋଗରେ ହିଁ ଜୀବନର ସାର୍ଥକତା ନିହିତ” ବୋଲି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ସୁମଧୁର କଣ୍ଠରେ ବିଭିନ୍ନ ସଂସ୍କୃତ ଶ୍ଲୋକ ଆବୃତ୍ତି କରି ତାହାର ସୁନ୍ଦର ବ୍ୟାଖ୍ୟା କରିଥିଲେ। ବରିଷ୍ଠ ଅଧ୍ୟାପକ ପବିତ୍ର ମୋହନ ମହାପାତ୍ର ସଭାରେ ସଭାପତିତ୍ଵ କରି ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ ସ୍ପଷ୍ଟ କରିବା ସଙ୍ଗେ ସଙ୍ଗେ ଛାତ୍ରୀଛାତ୍ରମାନେ ବିଜ୍ଞାନ ମନସ୍କ ହୋଇ ବିଦ୍ୟା ଅଧ୍ୟୟନ କଲେ ହିଁ ସେମାନଙ୍କର ସଫଳ ଜୀବନର ସାର୍ଥକତା ସମ୍ଭବ ହୋଇ ପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ। ଶିକ୍ଷକ ଚନ୍ଦନ କୁମାର ନାୟକ ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ,ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ହାଇସ୍କୁଲ୍ ର ଦଶମ ଶ୍ରେଣୀରେ ପଢୁଥିବା ପ୍ରାୟ ଶତାଧିକ ଛାତ୍ରୀ ଛାତ୍ର ଭାଗ ନେଇଥିଲେ । ସେଥି ମଧ୍ୟରୁ ୪ ଜଣ ଛାତ୍ରୀଛାତ୍ର ପ୍ରୀତି ମଞ୍ଜରୀ ମଲ୍ଲିକ, ଦିବ୍ୟଜ୍ୟୋତି ମହାରଣା, ସ୍ନେହାଞ୍ଜଳି ମହାନ୍ତି ଓ ଆଦ୍ୟାଶା ଦାଶ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପ୍ରଶଂସାପତ୍ର ସହ ଯଥାକ୍ରମେ ୨୦୦୧,୧୫୦୧ ଓ ୧୦୦୧ ଟଙ୍କା ଲେଖାଏଁ ଅର୍ଥ ରାଶି ଚେକ୍ ଆକାରରେ ମଞ୍ଚାସିନ ଅତିଥି ମାନଙ୍କ ଠାରୁ ପର୍ଯ୍ୟାୟ କ୍ରମେ ପୁରସ୍କାର ଭାବରେ ଗ୍ରହଣ କରିଥିଲେ ।ଏଥି ସହିତ ସମସ୍ତ ଛାତ୍ରଛାତ୍ରୀ ଓ ମଞ୍ଚାସିନ ଅତିଥି ମାନଙ୍କୁ ମଧ୍ଯ ପ୍ରଶଂସାପତ୍ର ଓ ପ୍ରୀତି ଉପହାର ପ୍ରଦାନ କରାଯାଇଥିଲା l ‘ବୁକ୍ସ ଆଣ୍ଡ ବୁକ୍ସ’ ର ଛାତ୍ରୀଛାତ୍ରମାନେ ବର୍ଣ୍ଣାଢ଼୍ୟ, ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସଭା ଶେଷରେ ଛାତ୍ରୀଛାତ୍ର ମାନଙ୍କ ମଙ୍ଗଳ କାମନା ପାଇଁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚାଷ ଜମିର ବୋରୱେଲ ବିଜୁଳି ଡିପି ନଷ୍ଟ ହେବା ପରେ, ଚାଷୀ ସରକାରୀ କର୍ମଚାରୀଙ୍କୁ ଗୁହାରି କଲେ ମଧ୍ୟ ୫ ମାସ ହେଉଛି ସରକାରୀ ବାବୁଙ୍କ ଦେଖା ନାହିଁ

Sunil Chandra Nayak

କ୍ୟାନସର ରେ ଜୀବନ ହାରିଲେ ପୁଷ୍ପଲତା,ତିନୋଟି ଶିଶୁ ଅନ୍ଧକାରରେ 

masiha

ଜାନୁଆରୀ 28ରେ ବିଶାଳ ଆଦିବାସୀ ମହାମେଳି 

masiha

Leave a Comment

error: Content is protected !!