ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟବିବାହ ରୋକିଲା ପ୍ରଶାସନ 

ପାପଡାହାଣ୍ଡି,18/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନାକଟିଗୁଡା ପଂଚାୟତ ଝାଡ଼ କୁସମୀ ଠାରେ ଚାଲିଥିବା ଏକ ବାଲ୍ୟ ବିବାହକୁ ରୋକିଛି ପ୍ରଶାସନ । ଏ ନେଇ ଉଭୟ ପରିବାରଙ୍କୁ ସଚେତନ କରାଇବା ସହ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି | ସୂଚନା ପ୍ରକାରେ ଗ୍ରାମରେ ଚାଲିଥିବା ବାଲ୍ୟବିବାହ କୌଣସି ମତେ ଖବର ପାଇ ସରପଞ୍ଚ, ନାଏବ ସରପଞ୍ଚ, ଅଙ୍ଗନବାଡି କର୍ମୀ,ଶିଶୁ ବିକାଶ ପ୍ରକଳ୍ପ ସୁପରଭାଇଜର ରମା ପଟ୍ଟନାୟକ, ବ୍ଲକ ସଂଜୋଜକ ଉତ୍ତମ କୁମାର ବିଶ୍ବାଳ ପ୍ରମୁଖ ପହଞ୍ଚି ଦୁଇ ପରିବାରକୁ ତାଗିଦ କରିଥିଲେ ।କମ ବୟସର ପୁଅ ଝିଅ ବିବାହ କରିବା ଆଇନ ସଙ୍ଗତ ନୁହେଁ ବୋଲି ଉଭୟ ପରିବାରକୁ ବୁଝାଇଥିଲେ । ପୁଅ ୧୯ ବର୍ଷର ହୋଇଥିବା ବେଳେ ମଇଦଲପୁର ପଂଚାୟତ ଚରାମୂଳା ଗ୍ରାମର ନାବାଳିକା ଝିଅ ର ୧୭ ବର୍ଷ ହୋଇଥିବା ହେତୁ ଏହି ବିବାହ ହୋଇ ପାରିବ ନାହିଁ କହିଥିଲେ । ଯଦି ଭବିଷ୍ୟତରେ ଏଭଳି ଭୁଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରାମର୍ଶ ଦିଆଯାଇଥିଲା।ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଉରକେଲାର ବିକାଶ ପାଇଁ ନବ ନିଯୁକ୍ତ କମିଶନର ଙ୍କ ସହିତ ଆଲୋଚନା

masiha

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

masiha

ଠିକାଦାର ର ଖାମଖିଆଲି ମନୋଭାବ ଯୋଗୁଁ ଅଧାରେ ପଡ଼ିରହିଛି ଅଙ୍ଗନବାଡି କେନ୍ଦ୍ର   

masiha

Leave a Comment

error: Content is protected !!