ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେରୋ ଦୁର୍ଘଟଣା ୨ ଆହତ

ଡାବୁଗାଁ, ୧୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ବୁଧବାର ସନ୍ଧ୍ୟାରେ ବୋଲେରୋ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଏକ ବୋଲେରୋ ଗାଡି ନଂ ଓଡି ୨୪ ଏଚ ୮୩୮୬ ଯୋଗେ ଡାବୁଗାଁ ରୁ ନିଜ ଘର ଚାରଗାଁ ଗ୍ରାମକୁ ଯାଉଥିବା ବେଳେ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଏକ ଗଛ ସହ ପିଟି ହୋଇଥିଲା | ଏଥିରେ ଥିବା ଚାରଗାଁ ଗ୍ରାମର ଡ୍ରାଇଭର ବାସୁଦେବ ପୂଜାରୀ (୨୯) ଓ ସାଥି ଇନ୍ଦ୍ର ଗୌଡ (୨୧) ଆହତ ହୋଇଛନ୍ତି | ଖବରପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥାନା ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା 

ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ଦ୍ଵାଦଶ ପୂଣ୍ୟତିଥି ଅବସରରେ ଅସହାୟ ଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଲା ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ

masiha

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

Sunil Chandra Nayak

Leave a Comment

error: Content is protected !!