ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୋଲେରୋ ଦୁର୍ଘଟଣା ୨ ଆହତ

ଡାବୁଗାଁ, ୧୮/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ବୁଧବାର ସନ୍ଧ୍ୟାରେ ବୋଲେରୋ ଦୁର୍ଘଟଣା ଘଟି ୨ ଜଣ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ-୩୯ ଉପରେ ଏକ ବୋଲେରୋ ଗାଡି ନଂ ଓଡି ୨୪ ଏଚ ୮୩୮୬ ଯୋଗେ ଡାବୁଗାଁ ରୁ ନିଜ ଘର ଚାରଗାଁ ଗ୍ରାମକୁ ଯାଉଥିବା ବେଳେ ଝାଲିଆଗୁଡା ଜଙ୍ଗଲ ମଧ୍ୟରେ ଭାରସାମ୍ୟ ହରାଇ ଏକ ଗଛ ସହ ପିଟି ହୋଇଥିଲା | ଏଥିରେ ଥିବା ଚାରଗାଁ ଗ୍ରାମର ଡ୍ରାଇଭର ବାସୁଦେବ ପୂଜାରୀ (୨୯) ଓ ସାଥି ଇନ୍ଦ୍ର ଗୌଡ (୨୧) ଆହତ ହୋଇଛନ୍ତି | ଖବରପାଇ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ବିଜୁରାମ ବାଗ ଓ ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଥାନା ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନଙ୍କ ପାଇଁ ସ୍ମୃତି ସଭା 

masiha

ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତା ଆଦର୍ଶ ପାଠାଗାରର ଐତିହାସିକ ମୃତ୍ୟୁ

Sunil Chandra Nayak

ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

Sunil Chandra Nayak

Leave a Comment

error: Content is protected !!