ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧ୍ୟାହ୍ନ ଭୋଜନ ଚାଉଳ ବୋହି ନେଲେ ହାତୀ

ଢେ଼ଙ୍କାନାଳ(ମ ସୀ ହା)୨୧/୦୧_ଢେଙ୍କାନାଳ ବନଖଣ୍ଡ ଅଧିନ ମେରାମଣ୍ଡଳି ସେକ୍ସନ ଅଧିନ ସୁରଭି ସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ବଣୁଆ ହାତୀପଲ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳକୁ କବାଟ ଓ ଝରକା ଭାଙ୍ଗି ଲୁଟି ନେଇଥିବା ଜଣାପଡିଛି । ୧୦ ଟିକିଆ ହାତୀପଲ ବିଦ୍ୟାଳୟର ପାଚେରୀ, ମୁଖ୍ୟ ଫାଟକ, ଷ୍ଟୋରରୁମ ଲୁହା ଝରକା ଓ ରୋଷେଇ ଘରର ଲୁହା କବାଟ ଭାଙ୍ଗି ଦୁଇ ବସ୍ତା ଚାଉଳ ଉଠାଇ ନେଇ ଖାଇ ଦେଇଥିଲେ । 

ଖବରପାଇ, ବନ ବିଭାଗ କର୍ମଚାରୀ ଓ ହାତୀସ୍କ୍ୱାର୍ଡ ପହଞ୍ଚି ବାଣ ଫୁଟାଇ ହାତୀପଲଙ୍କୁ ଘଉଡାଇବାରୁ ହାତୀପଲ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇ ଯାଇଥିଲେ । ତେବେ ସନ୍ଧ୍ୟାରେ ହାତୀପଲ ପୁଣି ବ୍ରାହ୍ମଣୀ ନଦୀ ପାର ହୋଇ ସୁରଭି ଗାଁ ଅଭିମୁଖେ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମାଁ କେ ନାମ ଏକ ପେଡ କାର୍ଯ୍ୟକ୍ରମ

Sunil Chandra Nayak

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ଚୟନ

masiha

ଅବସର ପ୍ରାପ୍ତ ଭାରତୀୟ ଯବାନ ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!