ରାୟଗଡା:୧୨/୨- ମ.ନି.ସ:- ବିଶାଖାପାଟଣା ରୁ ରେଳବାଇର ଡିଆରଏମ୍ ଶ୍ରୀଯୁକ୍ତ ଅନୁପ୍ ଶତପଥୀ ରାୟଗଡା ରେଳ ଷ୍ଟେସନ ସହିତ ନିକଟରେ ଥିବା ବିଭିନ୍ନ ଷ୍ଟେସନ ବୁଲି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ସହିତ ବିଶେଷ ଆଲୋଚନା କରିଥିଲେ।ରାୟଗଡାରେ ରେଳବାଇର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ଅଗ୍ରଗତି ଏବଂ ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ରେଳ ଧାରଣା ପୋଲ,ବୁଲାଣି,ଲେବର କ୍ରସିଂ ଓ ରେଳବାଇ ଫାଟକ ସମେତ୍ ଅନ୍ଯାନ୍ଯ କାର୍ଯ୍ଯ ଗୁଡିକର ତଦାରଖ କରିଥିଲେ। ଜମିଜମା ସମସ୍ୟାର ସମାଧାନ ହୋଇ ପାରିଲେ ରାୟଗଡା ର ନୂତନ ରେଳ ପ୍ରକଳ୍ପ ଗୁଡିକ ତୁରନ୍ତ ଅଗ୍ରଗତି ହୋଇପାରିବ ବୋଲି ପ୍ରକାଶ କରିଥିଲେ। ଡିଆରଏମ୍ ଙ୍କ ଗସ୍ତ ସମୟରେ ରେଳବାଇର ବିଭିନ୍ନ ଉଚ୍ଚ ପଦବୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ
ରାୟଗଡା ରୁ ଯୁଗଳ କିଶୋର ଜେନା ଙ୍କ ରିପୋର୍ଟ