ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫୁଟାନଡ଼ା କୁନ୍ଦେଇ ସିଆର୍‌ପିଏଫ୍ କ୍ୟାମ୍ପ ରେ ଜନସମ୍ପର୍କ ଶିବିର ଅନୁଷ୍ଠିତ 

ରାଇଘର ୨୩/୧ (ଡି.ଏନ୍.ଏ ) ରାଇଘର ବ୍ଲକରେ ଥିବା ଫୁଟାନଡ଼ା ଓ କୁନ୍ଦେଇ ସିଆର୍‌ପିଏଫ୍ ୧୨ ବାଟାଲିୟାନ୍‌ ପକ୍ଷରୁ ସୋମବାର ଜନସମ୍ପର୍କ ଶିବିର ( ସିଭିକ୍ ଏକ୍ସନ୍ ପ୍ରୋଗ୍ରାମ ) ଅନୁଷ୍ଠିତ ହୋଇଯାଇଛି l ପ୍ରତ୍ୟେକ ବର୍ଷ ଛୋଟ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧାଙ୍କ ନିମନ୍ତେ ନିତ୍ୟ ବ୍ୟବହାର କରୁଥିବା ଜିନିଷ ସହିତ କ୍ରିଡ଼ା ଓ ଶିକ୍ଷା ସମ୍ପର୍କିତ ଜିନିଷ ପତ୍ର ଏହିଭଳି ଜନସମ୍ପର୍କ ଶିବିର ରେ ପ୍ରଦାନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ମହିଳା ରୋଷେଇ ଉପକରଣ ସାମଗ୍ରୀ ଉପରେ ଦୃଷ୍ଟି ଦିଆଯାଇଥିଲା l

          ସୋମବାର ଫୁଟାନଡ଼ା ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସିଆର୍‌ପିଏଫ୍‌ ୧୨ ବାଟାଲିୟାନ୍‌ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଆୟୋଜନ କରାଯାଇଥିଲା | ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କ୍ୟାମ୍ପର କମାଣ୍ଡେଣ୍ଟ୍‌ ଏନ୍‌.କେ.କେ. ପ୍ରସାଦ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍‌ ଅଜୟ କୁମାର , ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ନବୀନା ନାୟକ, ହଳଦୀ ପଂଚାୟତର ସମିତି ସଭ୍ୟା ସସ୍ମିତା ମାଝୀ ପ୍ରମୂଖ ଉପସ୍ଥିତ ଥିଲେ l ଏହି ଅବସରରେ ଫୁଟାନଡ଼ା, ଖାଲେପାରା, ହଳଦୀ, ଗୋନା , ଅଞ୍ଚଳା ଆଦି ଗ୍ରାମର କିଛି ଗରୀବ ପରିବାରକୁ ପ୍ରେସର କୁକୁର , ହାଣ୍ଡି ,କଡ଼େଇ ଚଟୁ ଆଦି ବଣ୍ଟନ କରାଯାଇଥିଲା | ଉପସ୍ଥିତ ଅତିଥି ମାନେ ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଓ ସିଆର୍‌ପିଏଫ୍ ଯବାନ ମାନଂକ ପ୍ରତି ଅଂଚଳବାସୀଙ୍କ ସହଯୋଗ ଉପରେ ଆଲୋକପାତ କରିଥିଲେ l

              ଏଥିସହିତ କୁନ୍ଦେଇ ଠାରେ ମଧ୍ୟ ସେଠାକାର ସିଆର୍‌ପିଏଫ୍ ୧୨ ବାଟାଲିୟାନ୍‌ ପକ୍ଷରୁ ଆଜି ଏକ ଜନସମ୍ପର୍କ ଶିବିରର ଆୟୋଜନ କରାଯାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ କ୍ୟାମ୍ପର କମାଣ୍ଡେଣ୍ଟ୍‌ ଏନ୍‌.କେ.କେ. ପ୍ରସାଦ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ଇନିସ୍‌ପେକଟର୍‌ ମାଥେଓ କେ.ଏସ., କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ , ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଦଶରଥ ନାଗ, କୁନ୍ଦେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଗନ ବିହାରୀ ଦାସ‌, ଖୁଡ଼ୁକୁ ସରପଞ୍ଚ ଦୟାନନ୍ଦ ଗଣ୍ଡ , ଶୁଭେନ୍ଦୁ ସିଂ ପ୍ରମୂଖ ଯୋଗ ଦେଇଥିଲେ | ଏହି ଅବସରରେ ହାଟଭରାଣ୍ଡି , କୁନ୍ଦେଇ , ଖୁଡ଼ୁକୁ ଆଦି ଗ୍ରାମର ଲୋକଙ୍କୁ ସେହିଭଳି ପ୍ରେସର କୁକୁର, କଡ଼େଇ , ହାଣ୍ଡି ଭଳି ରୋଷେଇ ବ୍ୟବହାର ଜିନିଷ ପ୍ରଦାନ କରାଯାଇଥିଲା | ଏହି ଶିବିର ରେ କୁନ୍ଦେଇ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ସିଆର୍‌ପିଏଫ୍ ଜାବାନ୍ ମାନଙ୍କ କର୍ତବ୍ୟ ନିଷ୍ଠା ଓ ଗ୍ରାମବାସୀଙ୍କ ସହଯୋଗ ଉପରେ ଆଲୋକପାତ କରଯାଇଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ –ନବରଙ୍ଗପୁର ରେଳପଥ ପାଇଁ ଜମି ଅଧିଗ୍ରହଣ ନେଇ ବିଜ୍ଞପ୍ତି 

masiha

ଭାରତୀୟ ସେନାବାହିନୀ ରେ ଅଗ୍ନିପଥ ଯୋଜନାରେ ଜିଲ୍ଲାର ଯୁବାବର୍ଗ ଙ୍କ ଭର୍ତ୍ତି ସମ୍ଭନ୍ଧିୟ ବୈଠକ 

Sunil Chandra Nayak

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!