ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ଓ ମାଁ ସରସ୍ଵତୀ ପୂଜା ମହୋତ୍ସବ

ଟେମରୀ (ମ ନି ସ) ୨୬/୦୧:- ଆମ ଦେଶ ଭାରତ ଯେବେ ପରାଧିନ ଥିଲା ସେହି ସମୟରେ ଆମ ପୂର୍ବ ପୁରୁଷ ହିଂସା,ଅହିଂସାର ମନ୍ତ୍ରଗାଇ ନିଜ ଜୀବନକୁ କେତେ କାରାଗାର କାରାବରଣ କରି ଆମ ଦେଶକୁ ସ୍ଵାଧୀନ କଲେ । ନିଜ ଜୀବନକୁ ଉତ୍ସର୍ଗ କରି ମହାତ୍ମା ଗାନ୍ଧୀ, ସୁବାଷ ଚନ୍ଦ୍ର ବୋଷ, ଭଗତ ସିଂହ, ଲାଲ ବାଳ ପାଲ, ସର୍ଦାର ବଲ୍ଲଭ ଭାଇ ପଟେଲ, ଜବାହାର ଲାଲ, ଡଃ ବି ଆର ଆମ୍ବେଦକର ସମ୍ବିଧାନ ପ୍ରଣୟନ କରି ଆମକୁ ସ୍ଵାଧୀନତାର ସ୍ଵାଦ ଚଖାଇ ଆଜି ଚିର ସ୍ମରଣୀୟ ହୋଇ ଅମର ହୋଇଗଲେ । ସେମାନେ ଆମର ଚିର ନମସ୍ୟ । ଏହି ଦିନକୁ ମନେ ରଖିବା ପାଇଁ ଆମେ ସାଧାରଣ ତନ୍ତ୍ର ଦିବସ ପାଳନ କରୁଅଛୁ। ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତର ଲିମସେର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିରଠାରେ ସାଧାରଣତନ୍ତ୍ର ଦିବସ ଓ ବାକ୍ ଦେବୀ ମାଁ ସରସ୍ଵତୀଙ୍କ ପୂଜା ମହୋତ୍ସବ ନିରାଡମ୍ବର ଭାବରେ ପାଳିତ ହୋଇ ଯାଇଛି । ଏଥିରେ ପ୍ରଧାନ ଗୁରୁଜୀ ସରୋଜ କୁମାର ଟୋଲଟିଆ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ର ଛାତ୍ରୀମାନେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିଥିଲେ । ଏଥିରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ବକୃତା, ଗୀତ ଓ ନୃତ୍ୟ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏହି ଦିନ ଶ୍ରୀ ପଞ୍ଚମୀ ତିଥି ପଡ଼ିଥିବା ଯୋଗୁଁ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ଠାରେ ମାଁ ସରସ୍ଵତୀ ପୂଜା ମହୋତ୍ସବ ପାଳନ କରାଯାଇଛି । ସେହିପରି ଟେମରୀ ଗ୍ରାମ ପଞ୍ଚାୟତରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି । ସରପଞ୍ଚ ଶ୍ରୀ ମତି ଲକ୍ଷ୍ମୀ ସା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଟେମରୀ ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ କୁମ୍ଭାରି ଓ ଟେମରୀ ଗ୍ରାମର ସ୍କୁଲ , ଅଙ୍ଗନୱାଡ଼ି କେନ୍ଦ୍ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନୃତ୍ୟ , ଗୀତ, କ୍ରୀଡ଼ା, ବକୃତା ପ୍ରତିଯୋଗୀତାରେ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ସମିତି ସଭ୍ୟା ଅଞ୍ଜଳୀ ନାଏକ, ପଂଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ପୁରୁଷତ୍ତମ ନାଏକ, ଜିଆର ଏସ ସୁରେନ୍ଦ୍ର ନାଏକ , ଜି ଓ ଟେକ ଧବଳେଶ୍ଵର ନାଏକ, ଵେଭାରି ସା , କୁମ୍ଭାରି ଅଙ୍ଗନୱାଡ଼ି କର୍ମୀ ବିଳାସ ଭୋଇ , ନାଏବ ସରପଞ୍ଚ ଦୁଃଖୀରାମ ସା, ପୂର୍ବତନ ସରପଞ୍ଚ ସୁଧୀର ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଧାନ ମଣ୍ଡି ଉଦଘାଟିତ

masiha

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ମାତା ସାବିତ୍ରୀ ବାଈ ଫୁଲେ ଙ୍କ ୧୯୨ ତମ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

ଦାରିଙ୍ଗବାଡି ର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି

Sunil Chandra Nayak

Leave a Comment

error: Content is protected !!