ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରେ ଘରେ ପୃଷ୍ଟି” ପ୍ରୟାସ

ମ.ରାମପୁର:୨୮/୦୧ (ମସୀହା) ଅପପୃଷ୍ଟି ଓ କୁପୋଷଣ କୁ ରୋକିବା ନେଇ ରାଜ୍ୟ ସରକାର ଏକ ନୃତନ ଯୋଜନା ପ୍ରଣୟନ କରିଛନ୍ତି। ଯାହାକୁ ନେଇ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ର ନିର୍ଦ୍ଧେଶ ଅନୁଯାୟୀ ଉଦ୍ୟାନକୃଷି ବିଭାଗ ପକ୍ଷରୁ ରାଜ୍ୟ ବିଭିନ୍ନ ବ୍ଲକ ରେ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ରେ ମଧ୍ୟ ଉଦ୍ୟାନ ବିଭାଗ ତରଫରୁ ଅପପୃଷ୍ଟି ର ସମାଧାନ ପାଇଁ ହିତାଧିକାରୀ ପରିବାରଙ୍କୁ ଉନ୍ନତ ମାନର ଫଳଚାରା ସଜନା, ଅମୃତଭଣ୍ଡା, କଦଳୀ, ଲେମ୍ବୁ ଓ ବିଭିନ୍ନ ପନିପରିବା ବିହନ କିଟ୍ସ ମାଗଣା ରେ ଯୋଗେଇ ଦିଆଯାଇଛି l ଏଥିରେ ମ. ରାମପୁର ଉଦ୍ୟାନ ବିଭାଗ ର ସହକାରୀ ଉଦ୍ୟାନ ଅଧିକାରୀ ରବୀନ୍ଦ୍ର ନାଗ , ଉଦ୍ୟାନ ଅଧିଦର୍ଶକ କୁମରମଣି ନାଗ ପ୍ରମୁଖ ଯୋଗ ଦେଇଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଘୋଡ଼ା ଖୁଣ୍ଟା ବ୍ରହ୍ମ ଧ୍ୱନି ମନ୍ଦିରରେ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ 

Sunil Chandra Nayak

ଉତ୍କଳ ଯାଦବ ମହାସଭାର ସଭାପତି ଭାବେ ଆଶୀର୍ବାଦ ବେହେରା ପୁନଃ ନିର୍ବାଚିତ 

masiha

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

Sunil Chandra Nayak

Leave a Comment

error: Content is protected !!